Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Comedy Inspirational

2.5  

ତାରାପ୍ରସାଦ ଜେନା

Comedy Inspirational

ଚୋପାଛଡ଼ା ଲୋକ

ଚୋପାଛଡ଼ା ଲୋକ

1 min
333



ଚୋପାଛଡ଼ା ଲୋକ ଜୀରାରୁ ଶିରାକୁ କାଢ଼େ,

ଚୋପାଛଡ଼ା ଲୋକ କଥାରୁ ଅକଥା ବଢ଼େ !


ଚୋପାଛଡ଼ା ଲୋକ ଭାବୁଛି ନାଗକୁ ଧଣ୍ଡ,

ଚୋପାଛଡ଼ା ଲୋକ ମାପୁଛି ଗଭୀର ଗଣ୍ଡ !


ଚୋପାଛଡ଼ା ଲୋକ କଜିଆ ମଞ୍ଜିକୁ ବୁଣେ,

ଚୋପାଛଡ଼ା ଲୋକ ହଜିଆ ସମ୍ପତ୍ତି ଗଣେ !


ଚୋପାଛଡ଼ା ଲୋକ ସଭ୍ୟତା ଧରେନି ଧାର,

ଚୋପାଛଡ଼ା ଲୋକ ଅହନ୍ତା ମନରେ ଘୋର !


ଚୋପାଛଡ଼ା ଲୋକ ଆମ୍ବଡ଼ା ବୋଲୁଛି ଆମ୍ବ,

ଚୋପାଛଡ଼ା ଲୋକ ଓସାର ବତାଏ ଲମ୍ବ !


ଚୋପାଛଡ଼ା ଲୋକ ଚୁଗୁଲି ଚପଟେ ପଟୁ,

ଚୋପାଛଡ଼ା ଲୋକ ମାଗଣା ଗିଳିବା ପେଟୁ !


ଚୋପାଛଡ଼ା ଲୋକ ତାଳକୁ ଜାଣିନି ବାଗ,

ଚୋପାଛଡ଼ା ଲୋକ ବାଳକୁ ଛିଣ୍ଡାଏ ରାଗ !


ଚୋପାଛଡ଼ା ଲୋକ ଆକାଶୁ ପଡ଼ିକି ଖସେ,

ଚୋପାଛଡ଼ା ଲୋକ ମୂରୁଖ ପରିକା ହସେ !


ଚୋପାଛଡ଼ା ଲୋକ ସିଝାଇ ପାରେନି ଖଡ଼ା,

ଚୋପାଛଡ଼ା ଲୋକ ବାହାରେ ଦେଖାଏ ଆଡ଼ା !


ଚୋପାଛଡ଼ା ଲୋକ ଆଖିକୁ ଥାଇ ବି ଅନ୍ଧ,

ଚୋପାଛଡ଼ା ଲୋକ ଗନ୍ଧାଏ ଦେବାକୁ କାନ୍ଧ !


ଚୋପାଛଡ଼ା ଲୋକ ଜଟିଳ ଅଜ୍ଞାନ ମଥା,

ଚୋପାଛଡ଼ା ଲୋକ କୁଟିଳ ଗହନ ବ୍ୟଥା !


ଚୋପାଛଡ଼ା ଲୋକ ସମାଜ ବୃକ୍ଷକୁ ଥୁଣ୍ଟା,

ଚୋପାଛଡ଼ା ଲୋକ ଧରମ ସାକ୍ଷକୁ କଣ୍ଟା !



Rate this content
Log in

Similar oriya poem from Comedy