Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Comedy Inspirational

3  

Prabhati Mahapatra

Comedy Inspirational

ଝାଡୁ

ଝାଡୁ

1 min
145


ଜୀବନ ଜଞ୍ଜାଳେ କଳହର ବେଳେ

ଭାସି ଆସେ ପ୍ରଭଞ୍ଜନ

ନିରାକରଣକୁ  ଆଦରିବା ଯେବେ

ଝାଡୁ ହୁଏ ଦୃଶ୍ୟମାନ ।


ପ୍ରଭାତ ସମୟେ  ପ୍ରାରମ୍ଭ କର୍ତ୍ତବ୍ୟ

ବିଶ୍ରାମ ଯେ ସାୟଂକାଳେ

ଗୃହିଣୀ ହସ୍ତର  ଶୋଭାମୟୀ ସେତ

ବିପଦେ ଆପଦେ ଚଳେ ।


ଦୁଇଟି ଅକ୍ଷରେ   ନିର୍ମିତ ଶରୀର

କି ଗୁଣ ଗାଇବି ମୁହିଁ

ଝା ମାନ୍ୟତାରୁ   ଝାଡି ପରିଷ୍କୃତ

ଡୁ ଯେ ଡୁବାଏ ନାହିଁ ।


ଧନ ଲକ୍ଷ୍ମୀ ପରି   ଗୃହ ଚଳନରେ

ନିଭୃତ କୋଣରେ ରୁହେ

ଲୋକଲୋଚନରେ ବିଚରଣ କଲେ

ଦରିଦ୍ରତା ବଢୁ ଥାଏ ।


ରଣଚଣ୍ଡୀ ରୂପ   ଧାରଣ କରିଲେ

ଲୋଡା ନାହିଁ ଖଣ୍ଡା ଅସି

ଏକା ଝାଡୁ ଯଦି   ପ୍ରଳୟ ମଚାଏ

ଅରି ଗର୍ବ ଦିଏ ଧ୍ୱଂସି ।


ଝାଡୁର କ୍ଷମତା  ରମଣୀଙ୍କୁ ଜଣା

ଅନେକ ହୁଅନ୍ତି ମେଣ୍ଢା

ମାନେନା ସେ ବେଳ କିଅବା ସେ ଖଳ

କିଅବା ହୁଅନ୍ତୁ ଭେଣ୍ଡା ।


ବାଇ ଠାକୁରାଣୀ ରୂପ ଯେ ତାହାର

ଚାମରି ପରି ସେ ଝୁଲେ

ସାଉଁଳି ସାଉଁଳି  ଯେତେ ସାଉଁଟିବ

ଫୁଲେଇ ମୁହଁଟା ଫୁଲେ ।



Rate this content
Log in

Similar oriya poem from Comedy