STORYMIRROR

SANJAYA KUMAR BEHERA

Comedy Romance Tragedy

3  

SANJAYA KUMAR BEHERA

Comedy Romance Tragedy

ତ୍ରିରଙ୍ଗା

ତ୍ରିରଙ୍ଗା

1 min
161

ତ୍ରିରଙ୍ଗାର ଅର୍ଥ କ'ଣ !

ଜାଣିବାର ଇଚ୍ଛାନେଇ ପଚାରିଲି,

ଜଣେ ଶହୀଦଙ୍କ ପତ୍ନୀଙ୍କୁ 

ଉତ୍ତରରେ ମିଳିଗଲା 

ଲାଲବର୍ଣ୍ଣ (କମଳା)-

ଯୂଈରେ ପଡିରହିଥିବା 

ମୋ ସ୍ୱାମିଙ୍କ ମୃତ ଶରୀର , 

ସ୍ୱେତବର୍ଣ୍ଣ-ମୋ ବୈଧବ 

ଜୀବନର ଆବରଣ ! 

ଯେଉଁଥିରେ ଚକ୍ର ଘୂରେ  

ବିରହ ଆଉ ଜିଇଁବାର ଦୁଃଖ ଓ ଯନ୍ତ୍ରଣା ।


ସବୁଜ -ସବୁଜ ଘାସ ଗାଲିଚାରେ

ମୋ କୋମଳ ଶିଶୁଟି 

ପିତୃହରା ହୋଇ 

ଯାଏ ସେ ମଉଁଳି ।

ତାପରେ ଭେଟିଲି ଜଣେ ଚାଷିଙ୍କ ଘରଣୀଙ୍କୁ

ଧରି ସେ ପାଂଚଣ 

କରିଗଲେ

ତ୍ରିରଙ୍ଗର ନିମ୍ନରୁ ଉର୍ଦ୍ଧଯାଏ 

ସବୁଗୁଣ ଗାନ -

"ଅତି ଯତନରେ 

ପାଳୁ ୟାକୁ ବିଲରେ  

ଆମ ପାଇଁ ସଂସାରରେ 

ୟାଠୁ ମୂଲ୍ୟବାନ୍ ଆଉ କିଛିତ ନାହିଁରେ ।


ଗେରସ୍ତ ମୋ ଧଳାଧୋତି ପରିଧାନେ

ଚାଲୁଥାନ୍ତି 

ବଳଦ ଓ ଶଗଡ ସାଥୀରେ ।

ଦେଲେ ସିଏ ମଥାରେ ,

ମୁଁ ଲଗାଏ ପାଦରେ ସେଥିପାଇଁ 

ମୋ ଜୀବନ ବନ୍ଧା ତାଙ୍କ ସାଥିରେ ।"


 ତା'ପରେ ପଚାରିଲି ମୋ ଘରଣୀକୁ 

"ଯେଉଁଦିନ ତୁମେ ଦେଖାଇବ ଲାଲ୍ 

ଆଖିକୁ ,

ସେଇ ଦିନ ଲାଲି ପାଣି ଦେଇ

ବଶ କରି ବାଳୁଙ୍ଗା ଟୋକାମାନଙ୍କୁ 

ମାମୁଁ ଘର ଦେଖେଇବି ତୁମକୁ ।


ମାରୁ ମାରୁ ଯଦି ତୁମେ ମରିଯାଅ

ଯିବିନାହିଁ ବାପଘରକୁ ।

ଦିନାକେତେ ଧଳାଶାଢି ପିନ୍ଧିବି ,

ବିଧବା ହେବି ,ତୁମ ସବୁ ସଂପତି 

ମୋର ହେଲାପରେ 

ଗଜା ଟୋକା ପାଇଁ ଘୁରି ବୁଲିବି ।।


କୋଉ ଟୋକା ଯଦି 

ସବୁଜ ସଙ୍କେତ ଦେଇଦବ ,

ତମ ପ୍ରେମପାଠ 

ଭୁଲିଯିବା ପାଇ ସହଜ ହେବ।।


Rate this content
Log in

Similar oriya poem from Comedy