STORYMIRROR

Santanu Bisoi

Comedy

3  

Santanu Bisoi

Comedy

ନୂତନ ବର୍ଷର ଅଭିଜ୍ଞତା

ନୂତନ ବର୍ଷର ଅଭିଜ୍ଞତା

1 min
178

ଖ୍ରୀଷ୍ଟ ନବବର୍ଷ ପାଖେଇ ଆଇଲା

ମନ ଟା ହେଲା ଉଚ୍ଛନ୍ନ

ଭୋଜି ଭାତ ଟିକେ କରିବା ପାଇଁ କି

ବଳେଇଲି ମୋର ମନ।।


ଘରଣୀ ଏକଥା ଶୁଣିଲା ମାତ୍ରକେ

ହେଲେ ଖାଲି କନକନ

କୋଉଠି କି ଯିବେ ଭ୍ରମଣ କରିବେ

ରାନ୍ଧିବେ କି ଖାଦ୍ୟମାନ??


ସାଇ ପଡ଼ିଶାରେ ପୋଖରୀ ତୁଠରେ

ମିଶନ ଶକ୍ତିର ଘରେ

ଟାଉ ଟାଉ ହୋଇ ପଛକୁ ନ ଚାହିଁ

କହନ୍ତି ନାନା ଭଙ୍ଗୀରେ


ବୁଲିବାକୁ ଯିବୁ ଭୋଜି ବି କରିବୁ

ଭାତୁଟେ ଡାଲିଟେ ହବ

ଖିରି ପୁରୀ ସାଥେ ଆଇଁଷ ଟିକୁଟେ

ନହେଲେ କି ବା ଚଳିବ..??


ନୁଆଁ ଶାଢ଼ୀ ଚୁଡ଼ି ପରିପାଟି ସଜ

ସବୁ କିଣା କିଣି କଲେ

ପାଦକୁ ପାଣ୍ଢେଇ ହଳୁଟେ କିଣିଲେ

ଗଳେ ହାର ଲମ୍ବଇଲେ।


ଆସିଲା ସୁଦିନ ନୂଆ ବର୍ଷ ଦିନ

ଭ୍ରମିଲୁ ଭୋଜି ବି କଲୁ

ଯେ ଯାହା ରାସ୍ତାରେ ମନ ମଉଜରେ

କେତେ ଖୁସି ଗପ ହେଲୁ।।


ସବୁ ସେଠି ଥିଲେ ବାବୁ ବାବୁଆଣି

ମୁଁ ଏକା ମଳି ମୁଣ୍ଡିଆ

ସ୍ତୀରି ମୋ ନାଗୁଣି ଝିଅ ତମ୍ପଫଣି

ମୁଁ ଥିଲି ଗୋଟେ ଧଣ୍ଡିଆ।।


ଏକ ହାତେ ପନିପରିବାର ମୁଣା

ଆନ ହାତରେ ରାସନ

ହୁକୁମ ମାନି ମୁଁ ପଛେ ପଛେ ଗଲି

ମୁଣ୍ଡେ ମୁଣ୍ଡେଇ ବାସନ।।


କାଠ ଡାଙ୍ଗ ଗଣ୍ଡେ ଗୋଟାଗୋଟି କରି

ରନ୍ଧାରାନ୍ଧି କରିଦେଲି 

ସ୍ତୀରି ହାତ ଶାଢ଼ୀ ହେବ କାଳେ କଳା

ହଣ୍ଡା ଡେକଚି ମାଜିଲି।।


ଧନ ହାନି ସାଥେ ପ୍ରାଣ ପୀଡା ହେଲା

ଶାଳୀ ମୋ କାନେ କହିଲା

ମୁଚୁକୁନ୍ଦ ହସି ସଡୁ କହେ ଆସି

ଅଭିଜ୍ଞତା ଗୋଟେ ହେଲା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy