STORYMIRROR

ମୁକ୍ତିରାଣୀ ଦେବତା

Comedy

4  

ମୁକ୍ତିରାଣୀ ଦେବତା

Comedy

ମର୍ଡ଼ନ କବି

ମର୍ଡ଼ନ କବି

1 min
250


ପୁଳାଏ ଲେଖାଏଁ ଅଛନ୍ତି କବି

କବିତା ଲେଖିବା ତାଙ୍କରି ହବି

ଛନ୍ଦ ଯତିପାତ ଚୁଲିକି ଗଲା

ମର୍ଡ଼ନ କବିତା ପ୍ରଚାର ହେଲା ।। 


କବିତାକୁ ପଢ଼ି ହଉନି ବୁଝି

ତାଳମେଳ ସବୁ ଗଲାଣି ହଜି

କବିତାଟି ଯେତେ ଅବୁଝା ହୁଏ

ଉଚ୍ଚକୋଟୀ ବୋଲି ପାଠକ କୁହେ ।। 


ଧନ୍ୟହେ ଆଜିର ପାଠକ ଗୋଷ୍ଠୀ

ଅର୍ଥପୂର୍ଣ୍ଣ କାବ୍ୟ ପାରୁନି ତିଷ୍ଠି

ବୋଧଗମ୍ୟ ଆଉ ନହୁଏ ଲେଖା

ତଥାପି ପାଠକ କହୁଛି ଚୋଖା ।। 


ଲେଖକ ଜାଣଇ ଲେଖାର ମାନେ

ପାଠକର କିଆଁ ଛୁଇଁବ ମନେ

ସମାଜ ପାଇଁକି ରହୁନି ବାର୍ତ୍ତା

ଗଣ୍ଡମୂର୍ଖ ଆଜି ସାଜଇ କର୍ତ୍ତା ।। 


ମାନପତ୍ର ନିଶା ପାଗଳ କଲା

ଲାଇକ୍ କମେଣ୍ଟ ବାୟା କଲା

ପ୍ରଚାର ପ୍ରସାର ହୋଇବ ଯେତେ

ମର୍ଡ଼ନ କବିଙ୍କୁ ଚିହ୍ନିବେ ସେତେ ।।  


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy