କାହିଁକି ହେଉଛ ବଣା
କାହିଁକି ହେଉଛ ବଣା
ହାଡ଼ ଓ ରକତ
ମାଉଁସର ଏହି
ଚ଼ମଡା଼ ଛାଉଣି ତଳେ,
ଅବଶେଷ ଯାର
ମୁଠାଏ ପାଉଁଶ
ମରଣ ଯାହାକୁ ଜାଳେ ।
ପବନ ଯାହାର
ପ୍ରାଣ-ସ୍ପନ୍ଦନ
ଏଇ ଅଛି ଏଇ ନାହିଁ,
କାହିଁକି ମଣିଷ
ଗର୍ବେ ମାତିଛି
ଏତେ ଅସହାୟ ଥାଇ।
ମଣିଷ ହୋଇକି
ମଣିଷ ପାଇଁକି
ଦରଦ କାହିଁକି ଊଣା,
ଜୀବନ-ରହସ୍ୟ
ଜାଣିଶୁଣି ସବୁ
କାହିଁକି ହେଉଛି ବଣା
କେଉଁ ପ୍ରାପ୍ତିର ମୋହ,
ଜାଗିଛିରେ ତୋର
ହୃଦୟ ତଳରେ
ମନଖୋଲି ଥରେ କହ।
କେତେ ପୁଣ୍ୟରେ
ମଣିଷ-ଜୀବନ
ଲଭିଅଛ ଧରାପରେ,
ମଣିଷ ରୁ ପୁଣି
ଅତି ମାନସକୁ
ଉଠିବ କର୍ମବଳେ।
ସେଇକର୍ମ କର
ସ୍ତରପରେ ସ୍ତର
ଉଠିବ ଉର୍ଦ୍ଧ୍ବ ଭାଗେ,
ଆର୍ଯ୍ୟଭୂମି ଏ
ହାତ ଯୋଡ଼ି ଆଜି
ଏତକ ତୁମକୁ ମାଗେ
ଶୁଣହେ ଶ୍ରେଷ୍ଠଜୀବ,
କ୍ଷଣଭଙ୍ଗୁର
ଅଟେ ଏ ଜୀବନ
ମୋକ୍ଷର କଥା ଭାବ।
