ଟୁଁଗୁରୁ ଟୁଁଗୁରୀ
ଟୁଁଗୁରୁ ଟୁଁଗୁରୀ
ଶୁଣ ହେ ଟୁଁଗୁରୁ ଭୋଳ
କରିଅଛ ତୁମେ ଖେଳ !
କି ଖେଳ ଖେଲିଲ ତମେ
ଟିଭି, ମିଡ଼ିଆ, ୟୁଟୁବ, ଫେସବୁକରେ
ଦେଖୁଅଛୁ ଖାଲି ଆମେ !
ଅଟୋ ଟି ତୁମର କରିଥିଲ କାହିଁ
ବାପା, ମାଆ ର ନାଆ ପକାଇବା ପାଇଁ !
21 ବୟସରେ ତୁମେ ମିଛ କଥା କହି
ଫସାଇଲ ବର୍ଷା ଭୋଳକୁ !
ବର୍ଷା ଭୋଳ ତୁମ ପ୍ରେମରେ ଭୋଳି ହୋଇ
ଛାଡି ଦେଲେ ସ୍ୱାମୀ, ପିଲାଙ୍କୁ !
ଚୁଡ଼ି, ସିନ୍ଦୁର, ଗେଣ୍ଡୁମାଳ ଧରି ଚାଲିଗଲ ଥାନାକୁ
40 ବୟସରେ ବାହା ହୋଇ ରଖିବ ତୁମ ମାନକୁ !
ଲାଜ, ସରମ, ସବୁ ପିଇ ଦେଇଛକି ତମେ
ଜାଣି ଗଲୁ ତମ ଶିକ୍ଷା, ସଂସାର, ଆମେ !
ଥମିଯାଅ ତୁମେ ବର୍ଷା ଭୋଳ
ଛୁଆପିଲା, ସ୍ୱାମୀ କୁ ନେଇ ସାଂସାର କର !
ନହେଲେ ଏମିତି ସମୟ ଆସିବ
ବଡ ଦାଣ୍ଡରେ ତୁମେ ବସିବ !
ଭୋଳ ବାବୁ ଯଦି କରିଅଛ ଖେଳ
ସତ କଥା କହିବାର ଆସିଗଲା ବେଳ !
କମ ବୟସରେ ତୁମକୁ ନଥିଲା କିଛି କାମ
ଓଡିଶାର ଯୁବପୀଡିଙ୍କୁ ଶିଖାଇଲ କୁକର୍ମ !
ମନେ ମନେ ଭାବି ଭୋଳି ହେଉଅଛ
ଆମେ ହିରୋ ହିରୋଇନ ସାଜିଲୁ !
ଘରର ଇଜତ, ସମାଜକୁ କୁ ଶିକ୍ଷା ଦେଇ
କର୍ମ କଲ ଓଡ଼ିଆ ଙ୍କ ଇଜତ ନେଇ !
ଆମ ଓଡ଼ିଆ, ସଂକୃତି, ସଭ୍ୟତା, କଳା ରେ
କାଲି ବୋଳି ଦେଲ ତୁମ ପ୍ରେମ ନୀଳରେ !
ମୋ ଭାଷା, ଓଡିଶା ର କାରୁକାଯ୍ୟ, ଓଡ଼ିଶୀ ର କଥା
ସାରା ଭାରତରେ ରହିଅଛି ଯାହାର ଗାଥା !
ସେପଛେ ନ ପଡ଼ି ମିଡ଼ିଆ ଵାଲା
କରୁଛନ୍ତି ସେମାନଙ୍କୁ ନେଇ ପାଲା !
ନ ପଡ ଟୁଁଗୁରୁ, ଟୁଁଗୁରୀ ଙ୍କ ମାୟାରେ
ନ ହେଲେ ହୋଇଯିବ ପୁରା ବୟାରେ ।
