Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Asish Ranjan Dash

Comedy

3  

Asish Ranjan Dash

Comedy

ଏ ଯୁଗର ସାବିତ୍ରୀ

ଏ ଯୁଗର ସାବିତ୍ରୀ

1 min
223


ସେଯୁଗର ସତୀ ତୁଳନା କରି ମୁଁ କହୁଚି ସାବିତ୍ରୀ ଗାଥା, ଆଜିର ସାବିତ୍ରୀ କଥା ଯେ ଶୁଣିଲେ ଘୁରିବ ତୁମର ମଥା I


କଲେଜ ପଢୁଆ ଝିଅ ଯେ କେତେକ ପାଳନ୍ତି ସାବିତ୍ରୀ ବ୍ରତ, ବରଷ ଯାକ ପ୍ରେମିକ ପ୍ରେମରେ ଥିଲେ ଯେ ସେମାନେ ରତ I


ଗତ ବର୍ଷ ଯାହା ପାଇଁ ପାଳି ଥିଲେ ସେ ପ୍ରେମିକ ହେଲା ପର, ଅର୍ଥାଭାବ ପାଇଁ ତାକୁ ଛାଡ଼ିଦେଇ ନୂଆକୁ କଲେ ନିଜର I


ବଜେଟ ବଢୁଛି ମାର୍କେଟ ବଢୁଛି ବଢୁଛି ବଜାର ଦର, ଜଣକ ଉପରେ ସବୁ ଭାର ଦେଲେ ଧର୍ଯ୍ୟ କି ରହିବ ତାର ।


ଆଉ କିଛି ନାରୀ ଅତି ଚମତ୍କାରୀ ଯୌତୁକ ଧମକ ଦେଇ, ଶାଶୁ ଶଶୁର ଓ ସ୍ୱାମୀ ଠାରୁ ସବୁ କିଛି ପଳାନ୍ତି ନେଇ I


ସେକାଳ ସାବିତ୍ରୀ ସ୍ୱାମୀ ପାଇଁ ଯମ ରାଜା ସାଥେ ଥିଲେ ଲଢ଼ି, ଆଜିର ସାବିତ୍ରୀ ଯୌତୁକ ନାଁରେ ସ୍ୱାମୀକୁ ବି ଦିଏ ମାରି I


Rate this content
Log in

Similar oriya poem from Comedy