ଜୀବନର ସଂଘର୍ଷ
ଜୀବନର ସଂଘର୍ଷ
ସମୟର ସ୍ରୋତ ଅତି ନିରିଦୟ,
ଭାବି ଭବିଷ୍ୟତ ଲାଗେ ଭାରି ଭୟ ।
ବୁଡୁ ଥିବା ଲୋକ ସାହା କୁଟା ଖିଅ,
ଦଇବ ଦଉଡି ଯେଣେ ଟାଣି ନିଅ ।
ପଥର ହୃଦୟ କହନ୍ତି ସଭିଏଁ,
ପଛରେ ଅନେକ କାହାଣୀ ଯେ ଥାଏ ।
ଉଦାର ଲୋକଟି କିମ୍ପା ହେଲା ଏହା,
କାରଣ ଏହାର ସଭିଙ୍କୁ ଅକୁହା ।
ସରଳ ମନଟି ପାଏ ସଦା ଦୁଃଖ,
ସଦା ଚିନ୍ତା କରେ ସଭିଙ୍କର ସୁଖ ।
ବିଶ୍ୱାସ ମୂଳରେ ଥାଏ ଭଗବାନ,
ଏକଥା କେବେ ସେ ମନୁ ନ କରେ ଆନ ।
ଜିଣିବ ଦିନେ ସେ ଯୁଧ୍ୟ ଜୀବନର,
ହାରେନା କେବେ ହେଁ ମରି ସୁଦ୍ଧା ବୀର ।
ସଂଘର୍ଷ ବିନା ଏ ଜୀବନ ଅସାର,
ସଂଘର୍ଷ ହିଁ ତାର ଜୀବନ ଆଧାର।