STORYMIRROR

Asish Ranjan Dash

Abstract

3  

Asish Ranjan Dash

Abstract

ବର୍ଷା ର ପରିଭାଷା

ବର୍ଷା ର ପରିଭାଷା

1 min
12.3K

କେତେବେଳେ ପ୍ରେମିକାର ପ୍ରେମମୟ ସ୍ପର୍ଶ 

ତ କେତେବେଳେ ବିଷମ ଝଡ, 

କେତେବେଳେ ସାଗରର ଲୁଣି ପାଣି 

ତ କେତେବେଳେ ନିର୍ଝରିଣୀର ମଧୁର ଜଳ II


ଦୁଖୀ ଟିଏ ପାଇଁ ବର୍ଷା ଘରଭଙ୍ଗା 

ସୁଖୀଟିଏ ପାଇଁ କପେ ଚାହା ଓ ଗରମ ପକୁଡିର ଆସର, 

ପ୍ରେମିକ ପ୍ରେମିକା ପାଇଁ ଖାଲି ସ୍ୱପ୍ନର ଆଞ୍ଜୁଳା II


କେବେ ସିଏ ଆଖିର ଅଶ୍ରୁ ଓ ମନର ବେଦନା ଲୁଚାଏ, 

ତ କେବେ ସେଇ ମନରେ ଖୁସି ଭରିଦିଏ, 

ତୃଷ୍ଣା ମେଣ୍ଟାଇ ଥାଏ II


ଚାତକ ଚାହିଁ ରହିଥାଏ 

ପିଇବ ବରଷା ପାଣି, 

ଚାଷୀ ଚାହିଁ ଥାଏ ଖେତ ହସି ଉଠିବ ଜାଣି II


ବର୍ଷାର ପରିଭାଷା ସିଏ ହିଁ ବୁଝେ, 

ଯିଏ ମନ ହୃଦୟ ଖୋଲି ବର୍ଷାରେ ଭିଜେ II


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract