STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବର୍ଷାଛିଟା

ବର୍ଷାଛିଟା

1 min
122


ବାତାୟନ ସେପାଖରେ ବୁନ୍ଦା ଟୁପ୍ ଟାପ୍

ମୁଁ ଏକା ଏପାଖରେ ବସି ଚୁପ୍ ଚାପ୍

ଆଷାଢ଼ର ବର୍ଷା ଛିଟା ଶିହରଣ ଜାଗେ

ମନ ଦରଜାରେ କେହି କରେ ଠକ୍ ଠକ୍ ।।


ଶୀତଳ ସମୀର ଯେବେ ଦରଜା ଫାଙ୍କରେ

ଉଙ୍କିମାରି କେହି ମୋର ଅନ୍ତର ଅଣ୍ଡାଳେ

ମେଘର ସେ ଘୁରୁ ଘୁରୁ ଗରଜନ ତାଳେ

କାହାର ଏ ପଦଶବ୍ଦ କରେ ଧକ୍ ଧକ୍ ।।


ହଳଦିଆ କନିଅରେ ବୁନ୍ଦା ବୁନ୍ଦା ଜଳ

ହଳଦୀ ମୁଖୀ ସେ କରି ମୁଖ ପ୍ରକ୍ଷାଳନ

ଚପଳ ନୟନେ ସେ ତା ଭ୍ରୁଲତା ନଚେଇ

ଅଧର କମ୍ପାଇ କାନେ କହେ ଚୁପ୍ ଚାପ୍ ।।


ଚଖୁଣ୍ଡା ଗଛରେ ଉଲ୍ଲସିତ ପକ୍ଷୀ ଗଣ

କିଚିରି ମିଚିରି ହୋଇ କହନ୍ତି କି କଣ

କାହା ପ୍ରତୀକ୍ଷାରେ ବସୁ ଉଦାସ ମୁଖରେ

ବରଷାରେ ଭିଜି ସେ ନାଚେ ଛପ୍ ଛାପ୍ ।।


ଭିଜା ଶାଖାପତରୁ ଝରେ ଜଳ ଧାର ଧାର

ମୋ ଆଖି ଆନନ୍ଦେ ପୁରି ଆସେ କାହୁଁ ଜଳ

ଦୁଆର ମେଲାଇ ଯେବେ ହୁଏ ମୁଁ ବାହାର

ବୁଲି ଆସି ପଛେ ରଖେ ହାତ ଚୁପ୍ ଚାପ୍ ।।


ଶୀତଳ ଛାତିରେ କାହିଁ ବଢିଯାଏ ତାତି

ଉନ୍ମାଦନା ଖେଳି ଉଠେ ହୃଦୟରେ ପ୍ରୀତି

କଳ୍ପନା ଓ ବାସ୍ତବତା ସଙ୍ଗମ କାଳରେ

ସ୍ୱପ୍ନର ଏ ବାଷ୍ପ ଗାଡ଼ି ଗଡେ ଛୁକ୍ ଛାକ୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract