STORYMIRROR

NARESH SAHOO

Abstract

3  

NARESH SAHOO

Abstract

ଧନ୍ୟବାଦ

ଧନ୍ୟବାଦ

1 min
184

କେମିତି ଜଣେଇବି

କଣ କହି ଅର୍ପିବି ଧନ୍ୟବାଦ

ସବୁଠି, ସମସ୍ତଙ୍କଠି ତ ଧାରିଛି କିଛି ନା କିଛି।


ଶବ୍ଦ କେଇ ଖଣ୍ଡ ଫିଙ୍ଗିଦେଲେ କଣ ଚଳିବ

ନା ଚଳିବ ଟଙ୍କା କେଇଟା କାହାଠି ଗୁଞ୍ଜି ଦେଲେ

 ଉଧାର ତ ଜନ୍ମ ଜନ୍ମାନ୍ତରର

ପାଉଣା କରିବାକୁ ଜୀବନଟା ଯଥେଷ୍ଟ ହେବ କି ନା ସନ୍ଦେହ।


ଉଧାର ତ ଆରମ୍ଭ ହୋଇଛି କୁଆଁ ଶବ୍ଦଠାରୁ

କାହାର ହାତଧରି ଚାଲି ଶିଖିବାଠାରୁ

ଦରୋଟି ଭାଷାରେ ମାଟି, ପାଣି, ପବନ,

 ଗଛ, ଲତା, ପଶୁପକ୍ଷୀଙ୍କ ସହ ସମ୍ପର୍କ ଯୋଖିବାଠାରୁ।


କାହାଠୁ ଧାରୁଆ ନୁହେଁ କୁହ!

ଆନନ୍ଦମାଷ୍ଟେଙ୍କ ଚାଟଶାଳୀ,

ନରି ଦାସ ଆମ୍ବଗଛରେ ଡାଳ ମାଙ୍କୁଡ଼ି

ନାରଣ ଅଜାଙ୍କ ରାମାୟଣର ଲହର,

ଗୋପାଳ ବଇଁଶିର ଅଥୟ ସ୍ଵର,

ଟେରା ଛକରେ ଗମାତ,

କୁଆଁର ପୁନେଇ ଅଭିଆଡ଼ି ଗୀତ,

କାହାକୁ କିଛି ଦେବାର ମନେ ପଡୁନି

ସବୁଠି, ସମସ୍ତଂକଠି ନେବାର ମେଞ୍ଚା ମେଞ୍ଚା ସ୍ମୃତି।


କୋଉ ଗୁଣରେ କାହାକୁ ଟକ୍କର ଦେବି

ପଛରେ ପକେଇ ଦେବାର ବୃଥା ଆସ୍ପର୍ଧା କରିବି

ବାୟୁର ସମାନତା, ଆକାଶର ବିସ୍ତୀର୍ଣତା, 

ପୃଥିବୀର ସହନପଣ, ମାଟିର ଆପଣାପଣ

ଗଛର ତ୍ୟାଗ, ସମୁଦ୍ରର ଶିଷ୍ଟତା .।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract