STORYMIRROR

NARESH SAHOO

Drama Action Fantasy

3  

NARESH SAHOO

Drama Action Fantasy

କରୋନା: ଶେଷରେ ତୁ ଆସିଲୁ

କରୋନା: ଶେଷରେ ତୁ ଆସିଲୁ

1 min
196

ତୁ ତ ଆସିଲୁଣି ଅନେକ ଆଗରୁ।

ତୋତେ ଦେଖି ମୁଁ ଯାହା ବାଟ ଭାଙ୍ଗି ଯାଉଥିଲି

ଦେଖି ନ ଦେଖିବାର ଅଭିନୟ କରୁଥିଲି।


ଖାଲି ମୁଁ କାହିଁକି--

ଅନେକ ମୋ ପରି ତୋ ପାଖ ନ ମାଡ଼ିବାକୁ ଉପକ୍ରମରେ ଥିଲେ

ତୋ ଛାଇ ପଡ଼ିଲେ ଅଛୁତ ହେବାର ଭୟରେ ବିଳିବିଳଉଥିଲେ

ଏତେସବୁ ପରେ ବି କିଛି ଧରା ପଡ଼ିଲେ ତୋ ଅର୍ଗଳରେ

କିଛି ହୀନିମାନ ହେଲେ ତୋ ଆଲିଙ୍ଗନରେ।

 

ଏବେ ତୁ ମୋତେ ଛୁଇଁଲୁ।

ଅନେକ ପ୍ରଚେଷ୍ଟା, ଅନେକ ଫିସାଦ 

ପ୍ରଚୁର ପ୍ରଯତ୍ନ, ସବୁ କଟକଣା ଭିତରେ ବି ତୁ ମୋ ବେକରେ ଓହଳିଲୁ

ଦରଦୀ ବନ୍ଧୁଟେ ପରି ଵୋକ ପରେ ଵୋକ ଦେଲୁ

ଏବଂ ପୂର୍ବର ସବୁ ଫନ୍ଦି ଫିକର ପାଇଁ ମୋତେ ଅନେକ ଝିଙ୍ଗାସିଲୁ।

ମୋତେ କଲୁ କରୋନାକ୍ରାନ୍ତ।।।


ଏବେ ତୁ, ମୁଁ ଓ ନିବୁଜ କୋଠରୀ।

ମଝିରେ ମଝିରେ ଖଣ୍ଡି କାଶ

ଓଜନିଆ ମୁଣ୍ଡ, ସୁଁ ସୁଁ ନାକ

କେବେ କେମିତି ଦେହରେ ତାତି 

ତୋ ଉପସ୍ଥିତିକୁ ସୁଦୃଢ଼ କରୁଥିଲା।


ଅନେକ କଥା ହେଲୁ ତୁ ମୋ ସହ

ତୋତେ ଦୁରେଇ ଦେବାକୁ ଚେଷ୍ଟା କଲେ

ଜାବୁଡ଼ି ଧରିବାର ପ୍ରତିଶ୍ରୁତି ଦେଲୁ

ବେଶୀ ମୋଡ଼ି ମାଡ଼ି ହେଲେ ଅନ୍ୟ ରାଇଜକୁ ଉଠେଇ ନେବାର ଧମକ ବି ଦେଲୁ

ଅତୀତରେ ସେମିତି କରିଥିବାର ଅନେକ ନଜିର ବି ପେଷ୍ କଲୁ।


ବିମୂଢ଼ ଶ୍ରୋତାଟେ ପରି ଶୁଣିଲି ତୋ କଥା

ଚାପି ରଖି ମନ ଆଉ ହୃଦୟର ବ୍ୟଥା

ଭାବିଥିଲି ଖୋଲି ଦେଇଥାନ୍ତି ତୋର ଚାଲ

ଚାପିଲି ନିଜକୁ

ମୂଢମତିକୁ ଜ୍ଞାନ ବାଣ୍ଟି ଲାଭ ବା କଣ!!


ହେଲେ ତୋତେ ଚେତେଇ ଦେଉଛି କରୋନା

ତୋର ତାଡ଼ନାରେ ଦ୍ରଵୀ ଯିବା ଲୋକ ମୁଁ ନୁହେଁ

ସୁଯୋଗ ଦେଖି ଯେ ଧସେଇ ପଶିଛି

ଦୁର୍ଯୋଗ ତୋର ପାଖେଇ ଆସୁଛି

ଅନେକ ଅହଙ୍କାରୀ କାଳସହ ଲିଭି ଯାଇଛନ୍ତି

ଅନେକ ପରାକ୍ରମୀ ସମୟକ୍ରମେ ଚଳୁ ହୋଇଛନ୍ତି

ସାମାନ୍ୟ ଧୈର୍ଯ୍ୟ, ଅବିଚଳ ଚିତ୍ତ ତୋ ପରି ଉନ୍ମାଦମାନଙ୍କୁ ଯେ ସମୂଳେ ନାଶ କରିବ   

ସେ ପ୍ରଚଣ୍ଡ ବିଶ୍ୱାସ ମୋର ଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama