STORYMIRROR

NARESH SAHOO

Others

3  

NARESH SAHOO

Others

କଳାଧନ

କଳାଧନ

1 min
129

ଖୋଜି ଚାଲିଛି ସେଇ ଦିନୁ

ଯେଉଁଦିନ ଶୁଣିଲି ତା ନାଁ।

ଉତ୍ସାହ ଫିକା ପଡ଼ିନି

ଆଗ୍ରହ ମରି ଯାଇନି

ତାକୁ ଖୋଜି ବାହାର କରିବାକୁ

ଦରାଣ୍ଡି ଚାଲିଛି ସହର ଓ ଗାଁ।


ଖବର ପାଇଲା ମା

ରାତି ପାହିଲେ ପୁଅର କଲେଜ ଆଡ଼ମିଶନ

ଅତରଛିଆ ଧାଇଁଲା କାନଫୁଲ ଧରି ଅଗଣି ମିଶ୍ରଙ୍କ ସିରସ୍ତା

ଭାଗବତ ଛୁଇଁ ଟଙ୍କା ଦୁଇଶ ଆଣିଲା ବେଳେ 

ବୁଝି ହେଲାନି ମା' ମନର ଅବସ୍ଥା।

ମୁଁ କିନ୍ତୁ ବୁଝୁଥିଲି----

ଅଗଣି ମିଶ୍ରେଙ୍କ ସିନ୍ଦୁକର ରଙ୍ଗ ପରି ରଙ୍ଗିଲା କଳାଧନ।


ପୁଅ ପାଠ ପଢ଼ି ନିକମା ହେଲା

ଚାକିରି ନ ପାଇ ରାଜରାସ୍ତାରେ ହୋହଲ୍ଲା କଲା

ବାପା ଦଉଡ଼ିଲେ ରାଜଧାନୀ

ମନ୍ତ୍ରୀ ହାଙ୍କିଲେ ଅମୂଲ ମୂଲ

ଘରଡିହ ଖଣ୍ଡକ ବନ୍ଧକ ରଖି ଚାକିରି କରିବା ଦିନ ପ୍ରତ୍ୟୟ ହେଲା

ମନ୍ତ୍ରୀଙ୍କ ପେଟ ପରି କଳାଧନର ଆକାର କିଛି ଆକଳି ହେଲା।


ଲୋକଙ୍କ କାନକୁହାରେ ବିଶ୍ୱାସ କଲି

ସହରରେ ଘରଖଣ୍ଡେ ନାଇଁ ବୋଲି ଜୀବନକୁ ତୁଚ୍ଛ ମଣିଲି

ଜୀବନଯାକର ସଞ୍ଚୟ ଦଲାଲ ପାଖରେ ସଁଅପି ଦେବା ଦିନ ପ୍ରତ୍ୟକ୍ଷ କଲି

ଘର ମାଲିକ ବନିବା ବଦଳରେ 

କଳାଧନର କଳାଧୂଆଁରେ ଅଣନିଃଶ୍ୱାସୀ ହେଲି।


କେତେ ରକମର ଉଆକା ଉଠେ

କେହି କହେ ଅଗଣି ମିଶ୍ରେ ମରି ବି ଅମର

ଯକ୍ଷ ହେଇ ଜଗିବସିଛି ପୋତାଧନ।

କଥା ବି ଉଠେ---

ମନ୍ତ୍ରୀଙ୍କୁ ଧରିଛି ପାଶୋରା ରୋଗ

କଳାଧନର ପାପ ଏତେ ଜୋର୍ ଯେ

ନିଦ ହେଉନି ପ୍ରଳାପ ବଢ଼ିଛି।


ଅଦେଖା ସୁଦିନ

ଅଦେଖା ଅତିଥିର

ସବୁବେଳେ ଖୋଜାପଡ଼େ

ଅକୁହା କାହାଣୀ

ଅଶୁଣା ଖବର 

ସବୁବେଳେ ମନଲୋଡ଼େ

ମନ ବି ଲୋଡ଼େ ଭେଟିବାକୁ ସୁହୃଦ କଳାଧନ

ଆଖି ପୂରେଇ ଦେଖିବାକୁ ତାର ଭୁବନମୋହନ ରୂପ

ଆଘ୍ରାଣ କରିବାକୁ ତାର ସୁଗନ୍ଧ 

ପରଖିବାକୁ ତାର ମାନବପ୍ରେମର ଗଭୀରତା।।।।।



Rate this content
Log in