STORYMIRROR

NARESH SAHOO

Abstract

3  

NARESH SAHOO

Abstract

ଝିଅ

ଝିଅ

1 min
209


ଝିଅ, ମୋର ପ୍ରଣାମ ନେ

ମୋର ପ୍ରଣାମ ତୋ ଦୁର୍ଵଳପଣ ପାଇଁ ନୁହେଁ

ତୋ ପ୍ରତି ସାମାଜିକ ହୀନମନ୍ୟତା ପାଇଁ ନୁହେଁ

ମୋର ପ୍ରଣାମ ତୋ ସହନଶୀଳତା ପାଇଁ

ତୋ ପ୍ରେମ, ପ୍ରୀତି, ବନ୍ଧନର ପରିଭାଷା ପାଇଁ

ଜୀବନଟିଏ ସୃଷ୍ଟି କରିପାରିବାର ନିଆରାପଣ ପାଇଁ।


ତୋତେ କେହି ଵୁଝିବାକୁ ଚେଷ୍ଟା କରିନି

ନିୟମ, ସମାଜ, ପୁରୁଷ

କେହି ତୋତେ ଶୁଣିବାକୁ ପ୍ରୟାସ କରିନି

ଧର୍ମ, ଆଇନ, ଇତିହାସ।

ସବୁ ନିୟମ ତୋ ପାଇଁ

ସଵୁ ମନାକୁ ତୋର ନା ନାହିଁ।


ତୁ ରାଣ ଖାଇଛୁ

ପରକୁ ଆପଣାର କରିିଵୁ ବିନା ଆପତ୍ତିରେ

ଅନ୍ୟ ପାଇଁ ହରେଇଵୁ

ପରିଚୟ, ବ୍ୟକ୍ତିତ୍ଵ, ଅସ୍ମିତା

ଵିନା ଅଭିଯୋଗରେ।


ତୁ ଜୀବନଯାକ ଜଳିଵୁ,  ପ୍ରତିଜ୍ଞାଵଦ୍ଧ

ଅନ୍ୟ ମନ ନେଇ ଚଳିଵୁ, କରିଛୁ ଶପଥ

ତୋର ମାନ, ଅପମାନ, ଅଭିମାନ

କାହା ପାଇଁ ମାନେ ରଖେନା

ତୋର ସପନ, ଶୟନ, ମୈଥୁନ

କାହାପାଇଁ ଫରକ ପଡ଼େନା।


ତୁ ଜଳିଛୁ, ଜଳୁଛୁ ଦିକ୍ ଦିକ୍ ଜୀବନ ଯୂଈରେ

ସାମାନ୍ୟତମ କୁଣ୍ଠା ନାହିଁ ତୋର

ଧର୍ଷିତା, ଅପମାନିତା, ପ୍ରତି ମୁହୂର୍ତ୍ତରେ

ଅଭିଯୋଗର ଫର୍ଦ ନୀରବ ନିଥର

ଅଧିକାର, ସମ୍ମାନରୁ ବଞ୍ଚିତା ଚିରକାଳ

ସେସଵୁକୁ କରିଛୁ ଵେଖାତିର୍।


ତୁ ପ୍ରେମମୟୀ, କରୁଣାମୟୀ, କ୍ଷମାମୟୀ

ତୁ ସ୍ନେହମୟୀ, ଆନନ୍ଦମୟୀ, ଶକ୍ତିଦାୟୀ

ତୁ ଶିବା, ତୁ ସରସ୍ବତୀ, ତୁ ଅନ୍ନପୂର୍ଣ୍ଣା

ତୁ ମାନ, ଅପମାନ ରହିତା ସ୍ଵୟଂସଂପୂର୍ଣ୍ଣା


ତୋର ତୁଳନା ନିଜେ ତୁ

ତୋର ଵିକଳ୍ପ ନିଜେ ତୁ

ତୋତେ ଵୁଝିବା, ତଉଲିଵା, ଆକଳିଵା ମଣିଷ ଅସାଧ୍ୟ

ତୋ ନିଜ ଗୁଣରେ ତୁ ମହିମାମୟ।


ଦେ ଝିଅ,

ତୋ କୋଳରେ ଜାଗା ଟିକେ ଦେ

ତୋ ଅଭୟ ହାତ ମୋ ମଥାରେ ଵୁଲେଇ ଦେ

ଏଵଂ 

ମୋର ଅୟୁତ କୋଟି ପ୍ରଣାମ ନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract