Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
143



ରାଷ୍ଟ୍ର ପାଇଁ ଯାର ସମର୍ପଣ ଭାବ

  ଜନଜନଙ୍କର ସେବା,

ସତ୍ୟ ଧର୍ମ ତ୍ୟାଗ କର୍ମେ ଭକ୍ତି ଭାବ

  ଚରଣେ ପ୍ରଭୁଙ୍କ ସେବା।


ସ୍ବାର୍ଥନାହିଁ ତିଳେ କାର୍ଯ୍ୟକ୍ଷେତ୍ରେ ଯାର

  ରଖେ ରାଷ୍ଟ୍ରେ ସମଭାବ,

ମାନବ କଲ୍ୟାଣେ ଚିନ୍ତା ଅହରହ

  ଜୀବେ ରଖେ ପ୍ରେମ ଭାବ।


ମନ୍ତ୍ର ଅହିଂସାର ଧରି ଥାଏ ସେହୁ

  ଜୀବ ହିଂସା ନାହିଁ ଯାର,

କର୍ମ କରୁ ଥାଏ ରାଷ୍ଟ୍ରର କଲ୍ୟାଣେ

  ପର ହିଂସା ନାହିଁ ତାର।


ପ୍ରେମ ଭକ୍ତି ଶ୍ରଦ୍ଧା ବ୍ରହ୍ମାଣ୍ଡ ଠାକୁରେ

  ରଖିଥାଏ ନିରନ୍ତର,

ଅପୂର୍ବ ଗୌରବ ରାଷ୍ଟ୍ରକୁ ଦିଏସେ

  ରାଷ୍ଟ୍ର ଚିନ୍ତା ଜୀବନର।


ଆଦର୍ଶ ମନୁଷ୍ୟ କହିବା ତାଙ୍କରେ

  କହିବା ବା ବିଭୂ ଶକ୍ତି,

ଦେଶର ପ୍ରଧାନ ନରେନ୍ଦ୍ର କର୍ଯ୍ୟରେ

  ଦେଖୁ ଅଛେ କର୍ମ ଶକ୍ତି।


ଗୁଞ୍ଜୁ ଅଛି ବିଶ୍ବେ ରାଷ୍ଟ୍ରର ସୁନାମ

  ଗୁଞ୍ଜେ ଅହିଂସାର କ୍ରୀତି,

ବିଶ୍ବ ନେତା ରୂପେ ବିଭୂଷଣ ଆଜି

  ତାଙ୍କ ଗୁଞ୍ଜେ ରାଷ୍ଟ୍ର ଭକ୍ତି।


କହିବା କି ନାହିଁ ଆଦର୍ଶ ଜୀବନ?

  ଗୁଞ୍ଜେ ଜନଜନ ନାମେ,

ନୂଆ ରାଷ୍ଟ୍ର ନୀତି ନୂତନ ସଂସ୍କୃତି

  କଲେ ଜନହୀତେ କର୍ମେ।


ଗାଉଛି ବାଳକ ମୋଦି ମୋଦି ବଲି

  ଗାଉଛନ୍ତି ରାଷ୍ଟ୍ରବାସି,

ରାଷ୍ଟ୍ରରେ ଗୁଞ୍ଜୁଛି କେବଳ ହିଁ ମୋଦି

  ଗୁଞ୍ଜେ ବିଶ୍ବେ ଅହର୍ନିଶି।


ଭ୍ରଷ୍ଟାଚାର ଦୂର ହେଉଛି ଦେଶରୁ

   ହେଲା ଡିଜିଟାଲ୍ ରାଷ୍ଟ୍ର,

ଦୂର ଜାତିପ୍ରଥା ହେଉ ଅଛି ପରା

   ହୁଏ ଶକ୍ତିଶାଳୀ ରାଷ୍ଟ୍ର।


ଆତ୍ମନିର୍ଭରଟି ମନ୍ତ୍ର ଏବେ ରାଷ୍ଟ୍ରେ

   ନୂଆ ନୂଆ ଆବିଷ୍କାର,

ବିଶ୍ବ ଗରୁ ପରି ବିଶ୍ବରେ ଆଦର

   ତାଙ୍କ ବାକ୍ୟ ବେଦଗାର।


ବ୍ୟକ୍ତିତ୍ୱ ଏପରି ଆଦର୍ଶ ଜୀବନେ

  ଲେଖେ ନୂଆ ଇତିହାସ,

ସାର୍ଥକ ଜୀବନ ପବିତ୍ର ଜୀବନେ

  ହେଉଅଛି ଇତିହାସ।



Rate this content
Log in