Ajit Kumar Raut

Abstract

4  

Ajit Kumar Raut

Abstract

ଜଗନ୍ନାଥ ହେ, ଶୁଣ ଗୁହାରୀ !

ଜଗନ୍ନାଥ ହେ, ଶୁଣ ଗୁହାରୀ !

1 min
76



ମାଗୁ ନାହିଁ ଧନ


ଚାହୁଁ ନାହିଁ ରତ୍ନ


ଅଟେ ମୁହିଁ ହୀନ


ନାହିଁ ମୋର ଜ୍ଞାନ,


ଭକ୍ତ ଭକ୍ତି ଘେନ


ହେ ମଧୁସୂଦନ,


କରୁଛି ପୂଜନ


ପ୍ରେମ ପ୍ରୀତିରେ !


ଅନାଦି ଅନନ୍ତ


ନାହିଁ ତୋର ଅନ୍ତ


ତୁହି ନିରାକାର,


ଜଗତ ଈଶ୍ୱର


ଅଦୃଶ୍ୟ ଆକାର,


ହେ କରୁଣାକାର


ଡାକେ ଅନ୍ତରେ !!


ଜଗନ୍ନାଥ ହେ, ଶୁଣ ଗୁହାରି...........

.

ତୁହି ପ୍ରଭୁ କୃଷ୍ଣ


ଅଟୁ ପରା ରାମ


କାଳିଆ ଠାକୁର,


ତୁହି ଦାରୁବ୍ରହ୍ମ


ଶୂନ୍ୟବ୍ରହ୍ମ ତୁହି


ନର ରୂପ ଧରି


ପାପ ବିନାଶନେ


ମର୍ତ୍ତ୍ୟରେ ଜନ୍ମ,


ବୃଦ୍ଧ ଏ ବୟସ


ନାହିଁ ଟି ହରଷ


ଅତିହିଁ ବିକଳ,


ତାଣ୍ଡବ ପ୍ରବଳ


ସଂସ୍କୃତି ସଂସ୍କାର


ଭୁଲେ ସନାତନ


ହୁଏ ଦେଖି ସ୍ତବ୍ଧ


ଚକାନୟନ !!


ଜଗନ୍ନାଥ ହେ, ଶୁଣ ଗୁହାରି............।।



Rate this content
Log in

Similar oriya poem from Abstract