STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ଇନ୍ଦ୍ରଧନୁର ରଙ୍ଗ

ଇନ୍ଦ୍ରଧନୁର ରଙ୍ଗ

1 min
171

କିଏ କହୁଛି ଇନ୍ଦ୍ରଧନୁର ରଙ୍ଗ ନାହିଁ?

ଯଦି ଇନ୍ଦ୍ରଧନୁର ରଙ୍ଗ ନାହିଁ

ତେବେ ଆକାଶ ଆଉ ପୃଥିବୀ ବି ରଙ୍ଗହୀନ

ଷଡ ଋତୁର ସମ୍ଭାରରେ ପ୍ରତିକ୍ରିୟା ହୀନ ।

ଦୂର ଦିଗବଳୟରେ ଇନ୍ଦ୍ରଧନୁ

ସପ୍ତରଙ୍ଗରେ ରଞ୍ଜିତ ହୋଇଛି ବୋଲି ତ

ସଭିଏଁ ନିରେଖି ଚାହାଁନ୍ତି ତାକୁ ବାରମ୍ବାର

ତା'ର ରଙ୍ଗରୂପରେ ହୁଅନ୍ତି ବିଭୋର ।

କିଏ କହୁଛି ଇନ୍ଦ୍ରଧନୁ ମାତ୍ର ଏକ ମାୟା?

ସେଇ ମାୟା ଲାଗିଛି ବୋଲି ତ

ରଙ୍ଗୀନ୍ ଲାଗେ ଏଇ ପାଣ୍ଡୁର ଦୁନିଆ

ପରିଦୃଷ୍ଟ ହୁଏ ନିତି ନୂଆ ନୂଆ

ସେଇ ନୂଆପଣ ହିଁ ତ କରଇ କିମିଆ ।

ନହେଲେ ଆଉ କଣ ଅଛି ଯେ

ଏଠି ବିଭୋର ହେବାକୁ

ବିଜନ ବେଳାରେ ମଗନ ହେବାକୁ

ଅପ୍ରାପ୍ତିରେ ଖୁସି ସାଉଁଟିବାକୁ

କ୍ଷଣିକରେ ନିଜକୁ ହଜାଇ ଦେବାକୁ?

ଚିରନ୍ତନ ନହେଲେ ବି ସିଏ କ୍ଷଣସ୍ଥାୟୀ

କାୟା ତା'ର ନିଏ ମନ ମୋହି

ସେଇ ରଙ୍ଗ ଟିକକ ପାଇଁ

ସେଇ ମାୟା ଟିକକ ପାଇଁ ତ

ତିଷ୍ଠି ରହିଛି ଏଇ ଦୁନିଆ ।

କେମିତି ପାଶୋରି ହେବ ଇନ୍ଦ୍ରଧନୁକୁ?

ରଙ୍ଗରୂପର ମାୟା ମୋହ

ମନରେ ଲଗାଇ ଦେଇଛି ବୋଲି ତ

ଆଜି ଜୀବନଟା ଲାଗୁଛି ସମ୍ପୂର୍ଣ୍ଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract