STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ବନ୍ଧନ

ବନ୍ଧନ

1 min
215

ତେତିଶ କୋଟି ଦେବାଦେବୀଙ୍କୁ ରଖି ସାକ୍ଷୀ

ଆନନ୍ଦ ମନରେ ହାତ କୁ ହାତ ଛନ୍ଦି

ଦୁହେଁ ହୁଅନ୍ତି ସାତ ଜନ୍ମକୁ ସାଥୀ

ପ୍ରେମର ବନ୍ଧନରେ ସାରା ଜୀବନକୁ ବାନ୍ଧି।


ଜୀବନ ସାଥି ଭାବେ ସୁଖେ ଦୁଃଖେ ଭାଗୀ

ବର୍ଷ ପରେ ବର୍ଷ ଚାଲିଯାଏ ବିତି

ସାଥି ଥିଲେ ପାଶେ ଲାଗେ ନାହିଁ ବୋଝ

ସଂସାର ରଥ ଗଡ଼ି ଚାଲେ ହୋଇ ଅବିରତ।


ଏମିତି ଏମିତି ପଚାଶ ବରଷ

କେତେବେଳେ ଯେ ଯାଏ ବିତି

କର୍ମ ଜଞ୍ଜାଳ ଚକ୍ରବ୍ୟୁହ ମଧ୍ୟେ

ଦୁହେଁ ଜାଣି ବି ଜାଣି ନ ପାରନ୍ତି।


ପାକଳ ବୟସେ ନାତି ନାତୁଣୀ ଧରି

ଲାଗେ ଯେମିତି ଏଇ କାଲି ପରି

ଭାବନ୍ତି ବସି ମନେ ମନେ ହସି

କେମିତି ସମୟ ଯାଏ ହାତରୁ ଖସି।


ସତରେ ଏ ଜୀବନ ଲାଗେ ଅନ୍ଧକାରାଚ୍ଛନ୍ନ

ମନକୁ ନ ବୁଝିଲେ ଜୀବନସାଥି

ଆଉ ଯଦି ମନ ମୁତାବକ ମିଳିଯାଏ ଥରେ

ଜୀବନ ଆଙ୍କି ଦିଏ ଇନ୍ଦ୍ରଧନୁ କରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract