ସଙ୍କଟ ମୋଚନ ବିପଦ ହରଣ
ସଙ୍କଟ ମୋଚନ ବିପଦ ହରଣ
ସଙ୍କଟ ମୋଚନ ବିପଦ ହରଣ
ପାଦରେ ତୁମ ଶରଣ
ଅଞ୍ଜନା ଜୀବନ କେଶରୀ ନନ୍ଦନ
ଜୟ ପ୍ରଭୁ ହନୁମାନ ।
ଶରଣ ରକ୍ଷଣ ଗରବ ଗଞ୍ଜନ
ଆର୍ତ୍ତତ୍ରାଣ ରକ୍ଷାକାରୀ
ବିଘ୍ନ ବିନାଶନ ପବନ ନନ୍ଦନ
ଆହେ ପ୍ରଭୁ ଗଦାଧାରୀ ।
ତୁମେ ତ ଯାହାକୁ ହୁଅତ ସହାୟ
ତିନି ଭୁବନରେ ତାର କିବା ଭୟ
ପ୍ରତିଜ୍ଞା ତୁମର ଟାଣ ।
ଜୟ ପ୍ରଭୁ ହନୁମାନ ।
ଜୟ ଜୟ ହନୁମାନ
ଜନ୍ମ ହେଉ ହେଉ ଭୋକ ତ ଲାଗିଲା
ଖାଇବାକୁ ଯେବେ ମାଗିଲ
ଉଇଁ ଆସୁଥିଲେ ସୁରୁଯ ଦେବତା
ଗିଳିବାକୁ ଧରି ନେଲ ।
ଇନ୍ଦ୍ର ବଜ୍ରରେ ଚେତା ଶୂନ୍ୟ ହେଲ
ପବନ ତ ଥମିଗଲା
ଜଗତ କଲ୍ୟାଣ ଉଦ୍ଧାର ନିମନ୍ତେ
ଶରୀର ତ ବଢ୍ର ହେଲା ।
ରାମଙ୍କର ବଡ ଭକ୍ତ ତ ହୋଇଲ
ଲାଙ୍ଗୁଡ ନିଆଁରେ ଲଙ୍କା ପୋଡି ଦେଲ
କାନ୍ଧେ ଧରି ରାମ ଲକ୍ଷ୍ମଣ ।
ପ୍ରଭୁ କରିଥିଲ ଘୋର ରଣ ।
ଜୟ ପ୍ରଭୁ ହନୁମାନ ।
ରାକ୍ଷାସକୁ ମାରି ଗନ୍ଧ ମାର୍ଦ୍ଦନଙ୍କୁ
ବାମ କରେ ଧରି ଆସିଲ
ମହିରାବଣଙ୍କୁ ପାତାଳରେ ମାରି
ରାମ ଲକ୍ଷ୍ମଣଙ୍କୁ ଆଣିଲ ।
ମାତା ଅଞ୍ଜନାଙ୍କ ସମ୍ମାନର ପାଇଁ
ଲାଙ୍ଗୁଡରେ ଘର ତୋଳିଲ
ରାମଙ୍କ ସହିତ ଘୋର ରଣ କରି
ଛାତି ତୁମ ଚିରି ଦେଲ ।
ଭୀମର ଗର୍ବକୁ ଖର୍ବ କରି ଦେଲ
ଅର୍ଜୁନ ସେତୁକୁ ଦୋହଲାଇ ଦେଲ
ଗରବ କଲ ଗଞ୍ଜନ ।
ପ୍ରଭୁ ରଖ ଭକତର ମାନ ।
ଜୟ ଜୟ ହନୁମାନ ।