STORYMIRROR

Lata Behera

Abstract Others

4  

Lata Behera

Abstract Others

ମାୟା ମରୀଚିକା

ମାୟା ମରୀଚିକା

1 min
33


ଏଇତ ଜୀବନ ହସର ଲୁହର 

   ପଥ ମାୟା ମରୀଚିକା 

କେହି ତ ନୁହଁନ୍ତି ଏଇଠି କାହାର

   ବାଞ୍ଚିବାକୁ ପଡେ ଏକା ।


ସ୍ବାର୍ଥପର ଏଇ ଦୁନିଆ ଭିତରେ

   ଛଳନାଟା ଥାଏ ପକା 

ଭଲ ପାଇବାର ମିଛ ଅଭିନୟେ 

   ଦିଆଯାଏ ଖାଲି ଧୋକା ।


ସ୍ବାର୍ଥ ପାଇଁ ଏଠି ସତ ମିଛର ଯେ

    ହେଇଥାଏ କିଣା ବିକା

ପ୍ରତି ମୁହୂର୍ତ୍ତରେ ବଦଳେ ମଣିଷ

   ଦେଇ ଚାଲେ ଖାଲି ଧୋକା ।


ସେନେହ ମମତା ଭଲ ପାଇବାଟା

   ମାୟାଜାଲ ମରୀଚିକା 

ସ୍ନେହ ପ୍ରେମ ପ୍ରୀତି ସବୁ ଏଠି ଇତି

   ଭରା ଥାଏ ଖାଲି ଧୋକା ।


ଝଡ ଝଞ୍ଜା ଭରା ଜୀବନ ସଂଘର୍ଷେ

   ଜଳିବାଟା ନିଶ୍ଚେ ପକା

ପ୍ରେମ ଏଠି ଦିବା ସ୍ବପ୍ନ ହେଇଥାଏ

   ଛଳନା ମାରଇ ଛକା ।


ସରଳ ନିରୀହ ମନଟା ବୁଝେନା

   ସାଜେ ସେ ସତ ନାୟିକା

ମାୟା ମରୀଚିକା ପଛରେ ସେ ପଡି

    ଖାଇଥାଏ ଶକ୍ତ ଧକ୍କା ।


ଲହୁ ଲୁହ ହେଇ ଯନ୍ତ୍ରଣା ସ୍ରୋତରେ

    ଭାସି ଚାଲିଥାଏ ଏକା 

ସବୁ ଏଠି ମିଛ ପ୍ରେମ ବି ତ ମିଛ

   ମିଛ ବି ଥାଏ ପ୍ରେମିକା ।


ସ୍ବାର୍ଥ ପାଇଁ ସାଥେ ରହି ଥାନ୍ତି ସର୍ବେ

    ସ୍ବାର୍ଥ ସରିଗଲେ ଏକା

ଦେଖା ତ ଦେବେନି ମୁହଁ ଚାହିଁବେନି

   ଚାଲି ଯିବେ ଦେଇ ଧୋକା ।


ସଂସାରଟା ଏଠି ମିଛ ମାୟା ଘୋର

    ଛଳନାରେ ବଶ ଏକା 

ସ୍ବାର୍ଥ ସରିଗଲେ ହାତ ଛାଡି ଦେବେ

   କାନ୍ଦିବାଟା ନିଶ୍ଚେ ପକା ।


ଏଇତ ମଣିଷ ସ୍ବାର୍ଥୀ ଧୋକାବାଜ 

  ରଚେ ମାୟା ମରୀଚିକା 

ଭ୍ରମୁ ଥାଏ ଖାଲି ଲୋଭ ଲାଳସାରେ

   ଲୁହରେ ଭିଜେ ସେ ଏକା  ।


ଜୀବନର ଶେଷ ସମୟର ସାଥୀ

    ମଶାଣୀ ଭୂଇଁଟି ଏକା

ମାୟା ମରୀଚିକା ପଥେ ସାହା ଜଗା

   ଦିଏନା କେବେ ସେ ଧୋକା ।


Rate this content
Log in

Similar oriya poem from Abstract