ମାୟା ମରୀଚିକା
ମାୟା ମରୀଚିକା
ଏଇତ ଜୀବନ ହସର ଲୁହର
ପଥ ମାୟା ମରୀଚିକା
କେହି ତ ନୁହଁନ୍ତି ଏଇଠି କାହାର
ବାଞ୍ଚିବାକୁ ପଡେ ଏକା ।
ସ୍ବାର୍ଥପର ଏଇ ଦୁନିଆ ଭିତରେ
ଛଳନାଟା ଥାଏ ପକା
ଭଲ ପାଇବାର ମିଛ ଅଭିନୟେ
ଦିଆଯାଏ ଖାଲି ଧୋକା ।
ସ୍ବାର୍ଥ ପାଇଁ ଏଠି ସତ ମିଛର ଯେ
ହେଇଥାଏ କିଣା ବିକା
ପ୍ରତି ମୁହୂର୍ତ୍ତରେ ବଦଳେ ମଣିଷ
ଦେଇ ଚାଲେ ଖାଲି ଧୋକା ।
ସେନେହ ମମତା ଭଲ ପାଇବାଟା
ମାୟାଜାଲ ମରୀଚିକା
ସ୍ନେହ ପ୍ରେମ ପ୍ରୀତି ସବୁ ଏଠି ଇତି
ଭରା ଥାଏ ଖାଲି ଧୋକା ।
ଝଡ ଝଞ୍ଜା ଭରା ଜୀବନ ସଂଘର୍ଷେ
ଜଳିବାଟା ନିଶ୍ଚେ ପକା
ପ୍ରେମ ଏଠି ଦିବା ସ୍ବପ୍ନ ହେଇଥାଏ
ଛଳନା ମାରଇ ଛକା ।
ସରଳ ନିରୀହ ମନଟା ବୁଝେନା
ସାଜେ ସେ ସତ ନାୟିକା
ମାୟା ମରୀଚିକା ପଛରେ ସେ ପଡି
ଖାଇଥାଏ ଶକ୍ତ ଧକ୍କା ।
ଲହୁ ଲୁହ ହେଇ ଯନ୍ତ୍ରଣା ସ୍ରୋତରେ
ଭାସି ଚାଲିଥାଏ ଏକା
ସବୁ ଏଠି ମିଛ ପ୍ରେମ ବି ତ ମିଛ
ମିଛ ବି ଥାଏ ପ୍ରେମିକା ।
ସ୍ବାର୍ଥ ପାଇଁ ସାଥେ ରହି ଥାନ୍ତି ସର୍ବେ
ସ୍ବାର୍ଥ ସରିଗଲେ ଏକା
ଦେଖା ତ ଦେବେନି ମୁହଁ ଚାହିଁବେନି
ଚାଲି ଯିବେ ଦେଇ ଧୋକା ।
ସଂସାରଟା ଏଠି ମିଛ ମାୟା ଘୋର
ଛଳନାରେ ବଶ ଏକା
ସ୍ବାର୍ଥ ସରିଗଲେ ହାତ ଛାଡି ଦେବେ
କାନ୍ଦିବାଟା ନିଶ୍ଚେ ପକା ।
ଏଇତ ମଣିଷ ସ୍ବାର୍ଥୀ ଧୋକାବାଜ
ରଚେ ମାୟା ମରୀଚିକା
ଭ୍ରମୁ ଥାଏ ଖାଲି ଲୋଭ ଲାଳସାରେ
ଲୁହରେ ଭିଜେ ସେ ଏକା ।
ଜୀବନର ଶେଷ ସମୟର ସାଥୀ
ମଶାଣୀ ଭୂଇଁଟି ଏକା
ମାୟା ମରୀଚିକା ପଥେ ସାହା ଜଗା
ଦିଏନା କେବେ ସେ ଧୋକା ।
