କେମିତି ଏ ପ୍ରେମ
କେମିତି ଏ ପ୍ରେମ
ପ୍ରେମ ଏକ ଅବୁଝା ନଈ
ବିଲ ପ୍ରାନ୍ତର ପାହାଡ ଲଙ୍ଘି
କିଛି ମାନେ ନାହିଁ ।
ହୃଦୟର ନିଭୃତ କୋଣରୁ ଝରୁଥାଏ
ସ୍ୱଚ୍ଛ ଧାରା ପରି,
କେବେ ସେ ଆନନ୍ଦେ ବିଭୋର
ପୁଣି କେବେ ସୁପ୍ତ ଜଳାଧାରା
ବହିଯାଏ ବିଦଗ୍ଧ ପ୍ରାଣରେ ।
କେବେ ପୁଣି ପ୍ରେମିର ହୃଦୟେ
ଘର କରି ରହିଯାଏ ଜଣା ତ ପଡ଼େନି
ସମୟ ଚକ୍ରର ଚକ୍ରି ଭଳି ପୁଣି କେବେ ଘୁରି
ଛିଡ଼ିଯାଏ ବିରହ ରଚି ।
କାହିଁକି ଏକି ପ୍ରେମ ବୁଝା ତ ପଡ଼େନା
ପ୍ରେମରେ ପଡିଲେ ମନ ପୁଣି ଛଟପଟ
ତନ୍ଦ୍ରା ତେଜି ରାତ୍ରି ବିତିଯାଏ ପୁଣି ଏକି ପ୍ରେମ
ଜଣା ପଡେ ନାହିଁ ।
ସ୍ୱଚ୍ଛ, ନିର୍ମଳ, ପବିତ୍ର, ସ୍ବର୍ଗୀୟ ଏ ପ୍ରେମ
ଈଶ୍ୱରଙ୍କ ସାଥେ ମିଳନ ହେବାକୁ,
ଚୈତନ୍ୟଙ୍କ ପ୍ରେମ ଥିଲା କୃଷ୍ଣଙ୍କ ପାଇଁ
ଲୀନ ହେଲେ ମାଧବ ଶରୀରେ ।
ଅଶ୍ରୁଧାର ବୋହୁ ଥିଲା ମୀରାର ଚକ୍ଷୁରୁ
ବୀଣାର ସ୍ୱରରେ ଏକି ପ୍ରେମ ବୁଝି ହେଲା ନାହିଁ
ରାଧା ବିବାହିତ ହୋଇ କୃଷ୍ଣଙ୍କୁ ଝୁରିଲେ
ଦ୍ୱାରିକାଧିଶ ଦର୍ଶନେ, ସ୍ପର୍ଶରେ ମୋକ୍ଷ ଲଭି ଗଲେ ।
ଏକି ଶାଶ୍ୱତ ପ୍ରେମ, ସ୍ବର୍ଗୀୟ ପ୍ରେମର ଭାବନା
ବୁଝା ପଡେ ନାହିଁ,
ଭକ୍ତ ସାଲବେଗ ପୁଣି ବଳରାମ ଦାସ
ସଭିଙ୍କ ପ୍ରେମରେ ଥିଲା ଐଶ୍ଵରୀୟ ସତ୍ତା,
ପ୍ରେମରେ ନଥାଏ ପ୍ରାପତ,
ପ୍ରେମ ସର୍ବଦା ସ୍ବର୍ଗୀୟ, ନୈଶର୍ଗିକ ଚୀର ଜୀବନ୍ତ ।