Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyaranjan Mohapatra

Abstract Others

3  

Priyaranjan Mohapatra

Abstract Others

ମୁଁ

ମୁଁ

1 min
154



ସୀମାହୀନ ସାଗରର, ବିନ୍ଦୁଏ ଜଳ ମୁଁ।

ଅବ୍ୟକ୍ତ ଯନ୍ତ୍ରଣାର, ଅଂଶ ଟିଏ ମାତ୍ର ମୁଁ।

ଅମାବାସ୍ୟା ରାତ୍ରିର,ପଥିକଟିଏ ମୁଁ।

ମରୁଭୂମିର ମରୁବାଲିରେ,ତୃଣଟିଏ ମୁଁ।


ଅତର୍କିତ ବାଦଲ ମାନଙ୍କର ଆଘାତରେ,

ଚନ୍ଦ୍ରମାର କିରଣଟିଏ ମୁଁ।

ସ୍ନେହ,ମମତା ଏବଂ ଭଲ ପାଇବାର,

ଲକ୍ଷ୍ମଣ ଗାରଟିଏ ମୁଁ।

ନୟନଯୁଗଳ ଥାଇବି,ପ୍ରକୃତ ଅନ୍ଧଟିଏ ମୁଁ।

 

ଛୁଇଁବାକୁ ଇଚ୍ଛା କଲେବି ଆକାଶର ଛାତିକୁ,

ଛୁଇଁ ପାରୁ ନଥିବା ଅପ୍ରତ୍ୟାଶିତ ବ୍ୟକ୍ତିଟିଏ ମୁଁ।

ଅସମୟରେ ପତ୍ରଝଡ଼ା ଦେଉଥିବା,

ଅସହାୟ ବ୍ୟକ୍ତିଟିଏ ମୁଁ।


ପାଦତଳେ ନିଷ୍ପେସିତ, ଯନ୍ତ୍ରଣା ପୂର୍ଣ୍ଣ ଧୂଳିକଣା ଟିଏ ମୁଁ

ଏବଂ ଶେଷରେ,

ଜୀବନ ସଂଗ୍ରାମରେ ଥକି ପଡ଼ିଥିବା,

କ୍ଳାନ୍ତ ପଥିକଟିଏ ମୁଁ।


Rate this content
Log in

Similar oriya poem from Abstract