Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyaranjan Mohapatra

Romance

3  

Priyaranjan Mohapatra

Romance

ତୁମେ

ତୁମେ

1 min
119


ତୁମେ ମୋ ଜୀବନେ ପହିଲି ଫଗୁଣ 

ତୁମ ରୂପ ସନ୍ଦର୍ଶନେ ପୁଲକିତ ମୋ ତନୁ ମନ।

ତୁମ ବାହୁର ବନ୍ଧନେ ବାନ୍ଧି ହୋଇ ସବୁଦିନ 

ମୁଁ କରୁଥିବି ତୁମ ରୂପ ଦର୍ଶନ।

ତୁମ ଅଧରର ମଧୁ ପିଇ 

ରଙ୍ଗୀନ ପ୍ରଜାପତି ପରି ନିଜକୁ ସଜାଇ

ଘୁରି ବୁଲୁଥିବି ତୁମ ଅଗଣାରେ 

କି ଦିନ କି ରାତି।

ପାଇବା ପାଇଁ ମୁଁ ପୁଲକିତ ସ୍ପର୍ଶ 

ଚାହିଁ ରହିଥାଏ ପ୍ରତ୍ୟେକ ଦିବସ।

ପାଇଗଲେ ତୁମ ସ୍ପର୍ଶ 

ରୋମାଞ୍ଚ ହୋଇଯାଏ ମୋ ଦେହ।

ତୁମେ ମୋ ପ୍ରିୟ 

ମୁଁ ତୁମ ପ୍ରେୟସୀ

ଦୁହେଁ ଏକ ହୋଇ

ଗଢ଼ିବା ଏକ ନୂତନ ସୃଷ୍ଟି।

ଯେଉଁଥିରେ ଥିବ ତୁମର ଓ ମୋର

ପ୍ରେମର ପ୍ରତୀକ

ହସି ଖେଳି ବୁଲୁ ଥିବେ

ଏଇ ଆମ ଅଗଣାରେ

ଆମେ ଦୁହେଁ ଜଗି ବସି ଦେଖୁଥିବା

ସେମାନଙ୍କ ଖିଲି ଖିଲି ହସ

ଭୁଲିଯିବା ଆମେ ଆମ ଜୀବନର ସବୁ କଷ୍ଟ।

ଜୀବନର ସବୁ କଷ୍ଟ।



Rate this content
Log in

Similar oriya poem from Romance