STORYMIRROR

Ashok Kumar Pradhan

Romance

4  

Ashok Kumar Pradhan

Romance

ପ୍ରେମ ଏକ ପଠିତ ପୁସ୍ତକ-ଅଶୋକ

ପ୍ରେମ ଏକ ପଠିତ ପୁସ୍ତକ-ଅଶୋକ

1 min
23.7K


ପ୍ରେମ ଏକ ପଠିତ ପୁସ୍ତକ 

ମନ ପଦ୍ଯାଂଶଟି ଉଦ୍ଧୃତ, 

ସପ୍ରସଙ୍ଗ ସରଳାର୍ଥ ସହ 

ଅନୁଭୂତି ବିସ୍ତୃତ ll


ପଠନୀୟ ସୂଚୀପତ୍ରରେ 

କ୍ରମ ସଂଖ୍ୟା ସୂଚୀତ, 

ଶବ୍ଦ ସଂଯୋଜନା ତଥା 

ଭାବନାରୁ ବିକ୍ଷିପ୍ତ ll


ପଦ୍ଯାବୃତ୍ତି ସାବଲୀଳ ଶବ୍ଦ 

ସମ୍ଭାରରେ ଗଠିତ, 

ବୋଧଦୀପ୍ତ ଜ୍ଞାନପ୍ରଦ ବାକ୍ଯ 

ଅଳଙ୍କାର ରେ ବ୍ୟାପୃତ ll


ପୃଷ୍ଠଭୂମି ପର୍ଯ୍ୟାୟକ୍ରମେ 

ଛନ୍ଦରେ ଛନ୍ଦାୟିତ, 

ବ୍ୟାକରଣ ବ୍ୟବହାରରେ 

ଚିନ୍ତାଧାରା ହୁଏ ଶାଣିତ ll


ପ୍ରେମ ପକ୍ଷୀ ନୀଡ ରଚେ ଦୂରେ 

ନଭଶ୍ଚୁମ୍ବୀ ପାଦପ, 

ପରା କ୍ରମେ ପ୍ରେମ ଗଡ଼ ଜିତେ 

ହୁଏନା ପରାଜିତ ll


ପ୍ରଦକ୍ଷିଣ ନୀଳ ନଭ ବୁକେ 

ପକ୍ଷ ମେଲି ପୁଲକ, 

ଶୂନ୍ୟତାରେ ପୂର୍ଣ୍ଣତା ଆଣେ 

ଝରେ ପ୍ରୀତିର ଝଲକ ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance