STORYMIRROR

Gunanidhi Samal

Romance

4  

Gunanidhi Samal

Romance

ଅଭୁଲା ଅତୀତ

ଅଭୁଲା ଅତୀତ

1 min
23.5K

ଏ'ଜୀବନେ ମୋର କେତେ ଆସିଥିଲେ

କେତେପୁଣି ଗଲେ ଚାଲି

ଚାଲିଗଲା ଯିଏ କେବେହେଲେ ସିଏ

ଚାହିଁନାହିଁ ଥରେ ବୁଲି ।

ବୁଣି ଦେଇଗଲେ ଭଲ ପାଇବାର

କେତେ ମିଠା ପ୍ରତିଶ୍ରୁତି

କିଏ ବା'କେମିତି ଯାଚିଲେ ପୀରତି

ସାଥୀହୋଇ ଗୋଟେ ରାତି ।

କଥା ଦେଇଗଲେ ସଜାଡ଼ିବା ପାଇଁ

ଉଜୁଡା ସଂସାର ମୋର

ପାଇ ନୂଆସାଥୀ ଉଡ଼ିଗଲେ ପକ୍ଷୀ

ଲାଗିଗଲା ଯେବେ ପର ।

ଫେରନ୍ତା ପଥକୁ ଚାହିଁ ମୁଁ' ବସିଛି

ବେଳ ତ' ଯାଉଛି ଗଡି

ଦୁଇ ଆଖି ଦେଇ ଲୁହଯାଏ ବୋହି

ରାତି ଯେବେଆସେ ମାଡି ।



Rate this content
Log in

Similar oriya poem from Romance