STORYMIRROR

Lunar Das

Romance Others

4  

Lunar Das

Romance Others

ଉପହାର

ଉପହାର

1 min
22.9K

ଛିଣ୍ଡା ତାରା ଟିଏ

ଆକାଶ ରୁ ଖସିଲା ବେଳେ

ଇଙ୍ଗିତ ରେ ତୁମେ ମତେ କହିଲ,

"ଏଇ କିଛି ମାଗୁନ

ମୁଁ ଆଉ କ'ଣ ବା

ଅସାମାନ୍ୟ ଚିଜ ଟିଏ ମାଗିଥା'ନ୍ତି

ତୁମକୁ ହିଁ ମାଗିଲି,

ମୋ କପାଳ ରେ

ସିନ୍ଦୁର ରେଖା ଟିଏ ସାଜିବାକୁ


ତୁମ ଆଖିର ଦୀର୍ଘ ତମ ଚାହାଣି

ହୃଦୟରେ ବକୁଳ ର ବାସ୍ନା

ତୁମ ପାଇଁ ହଜାରେ ଥର 

ମରି ମରି ବଞ୍ଚିବାର ଅନୁଭୂତି

କିଛି କମ୍ ଥିଲା କି

ମୋ ଆତ୍ମନୁଭୁତିରେ


ଅସ୍ଫୁଟ ରହିଯାଇଥିବା

ଆଶଂସିତ ପ୍ରାପ୍ତି ପାଇଁ

ତୁମକୁ ତ ମାଗିଲି

ତୁମେ କ'ଣ ବୁଝିପାରିଲନି

ସୂର୍ଯ୍ୟ ଙ୍କର ସେ ଉତ୍ତରାୟଣ ଗତିଟା

କାହିଁକି ବଦଳି ଗଲା


କଳ କଣ୍ଠ ର ସେ

କୁହୁ କୁହୁ ତାନ କାହିଁକି ଶୁଭୁଥିଲା?

ତୁମର ଆଉ ମୋର

ଆସଙ୍ଗ ମୁହୂର୍ତ୍ତ ଟିଏ ପାଇଁ ତ


ପୁଣି ତୁମେ କେଉଁ ବାଂଚ୍ଛିତ ସ୍ବପ୍ନ କୁ

ମାଗିବା କୁ କହିଲ

ମୋ ଦୃଷ୍ଟି ରେ ତୁମଠୁ

ଆଉ ଅଭିଳଷିତ ଉପହାର

କିଛିବି ତ ନଥିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance