STORYMIRROR

namita jena

Romance

4  

namita jena

Romance

ବାରିଦ ରେ!

ବାରିଦ ରେ!

1 min
24.5K

ବାରିଦରେ

ନିଦାଘରେ ନିଦ ଯାଏ ହଜି।

ସନ୍ତପ୍ତ ପ୍ରାଣୀକୁଳ

ତୃଷାରେ ଆକୁଳ ଆଜି

ବନଲତା ଭୂମି ବୃକ୍ଷରାଜି


ବାରିଦରେ

କାନନେ କେକାସ୍ବନ

କାନେ ତ ଶୁଭୁନି।

ଆଖି ଯାଏ ଥକି ତା'ର,

ଚାହିଁ ଚାହିଁ ନୀଳାମ୍ବର,

ଝୁମି ଝୁମି ନାଚିବାର

କାହିଁ ତ ଦିଶୁନି।


ବାରିଦରେ

ବରଷ ନା...ଏବେ

ବରଷି ଥିଲ କେବେ

ବରଷ ତଳେ।

ବରଜି ଗଲ ବରନା

ବିରହ ଅନଳେ।

ଝୁରେ ଏ ମନ ନୟନ

ଦେଖିବାକୁ ଅପଘନ

ମଦନ ମନ୍ଥି ମନ୍ଥି

ବଥାଏ ଦେହ ମନ।

ମିନତୀ କରେ ଘନ

ପ୍ରାଣ ଆକୁଳେ।


ବାରିଦରେ

ଦରଦର କର ନିଦାନ।

ବଦଳରେ ତୁମକୁ.

ଯାହା ମାଗ, ଦେବାକୁ

ଖାଉଛି ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance