STORYMIRROR

namita jena

Abstract

3  

namita jena

Abstract

ସବୁ ଦୋଷ ତାଙ୍କର???

ସବୁ ଦୋଷ ତାଙ୍କର???

1 min
12K

ଭୀଷ୍ମ ସମ ସେ ଆଜି ଶରଶଯ୍ୟାରେ।

କେବେ ଅନୁଭବ କରିଛ

ତାଙ୍କ ଯନ୍ତ୍ରଣା, ତାଙ୍କ ଦରଦ

ଦୁଇ ପକ୍ଷରେ ଯୁଦ୍ଧରତ

ଥିଲେ ତ ତାଙ୍କରି ଦାୟାଦ।

ସେ ରତ୍ନ ସିଂହାସନରେ ବସି

ହସୁଛନ୍ତି କି ଲୁହ ଢାଳୁଛନ୍ତି

କାହାର ସାଧ୍ୟ ଅଛି ଯେ ଜାଣିବ

ସେ କ'ଣ କରୁଛନ୍ତି।

ଅଖିଳ ବ୍ରହ୍ମାଣ୍ଡପତି

ଯେ ଅଗତିର ଗତି।

ସେ ଆଜି କେତେ ନିଃସହାୟ।

ତୁମ ଅଧୈର୍ଯ୍ୟ ପଣରୁ

ସେ ହସ୍ତ ପାଦ ହୀନ ଦାରୁ।

ନିର୍ଦୟ ନୁହନ୍ତି ସେ

ପରମ କାରୁଣିକ କରୁଣାବତାର।

ସେ ଧୃତରାଷ୍ଟ୍ର ନୁହନ୍ତି ନା ହୋଇପାରିବେ ମୋହାନ୍ଧ ଠାକୁର।

ସତ୍ ଚିତ୍ ଆନନ୍ଦମୟ ସେ

ସତ୍ୟ, ଧର୍ମ, ନ୍ୟାୟର ଈଶ୍ବର।

କେବଳ ମନୁଷ୍ୟ ନୁହନ୍ତି ତ

ତାଙ୍କ ସନ୍ତାନ।

ବୃକ୍ଷ ଲତା ପଶୁପକ୍ଷୀ, କୀଟ ପତଙ୍ଗ,ଅଣୁପରମାଣୁ

ସଚରାଚର ତାଙ୍କ ସୃଜନ।

ପକ୍ଷପାତ କରିବେ କି ସେ

ସବୁ ତ ଦେଇଥିଲେ ତୁମକୁ।

ବୁଦ୍ଧି, ବିବେକ, ବିଚାର,

ଦୟା,କ୍ଷମା, ପରୋପକାର। କିନ୍ତୁ ତୁମେ କଲ ସବୁ କିଛିର

ଦୁର୍ବ୍ୟବହାର।

ଏବେ ପରିଣାମ ଭୋଗ କଲାକୁ

ସବୁ ଦୋଷ ତାଙ୍କର


Rate this content
Log in

Similar oriya poem from Abstract