STORYMIRROR

namita jena

Abstract

2  

namita jena

Abstract

ଜୟ ଜଗନ୍ନାଥ 🙏

ଜୟ ଜଗନ୍ନାଥ 🙏

1 min
3.1K

ଅନ୍ତର ଜଣା ଠାକୁର ସେ ସବୁ ଜାଣନ୍ତି।

ତୁମେ କୁହ କି ନ କୁହ ମନ ଜାଣି ସେ ଫଳ ଦିଅନ୍ତି।

ଭକ୍ତ ତାଙ୍କ ପ୍ରିୟ ଭକ୍ତି ରୁଚେ କେବଳ।

ସରପୁଳି କି ନବାତ ନୁହେଁ ତ,

ପ୍ରିୟ ତାଙ୍କ ଭାବରେ ଭେଦା

ତୁଳସୀ ଦଳ।

ଭକ୍ତିରେ ପ୍ରବଳ ଶକ୍ତି 

ହୁଏ ଯଦି ସେ ନିଷ୍କାମ।

ସୁମରି ତାଙ୍କ ନାମ କରେ ଯେ

ସବୁ କାମ ନଚରି ଅଧର୍ମ।

ଅଚଳ ମହାମେରୁ ହୋଇ,

ଭକ୍ତ ଟିକେ ଦେଲେ ଛୁଇଁ

ରଥ ଗଡ଼େ ଘିଡି ଘିଡି ବଡ଼ଦାଣ୍ଡରେ।

ସର୍ବଶକ୍ତିମାନ ହୋଇ

ହାତ ପାଦ ନ ଦିଶଇ

ଅନାଥ ଭକ୍ତ ଆର୍ତ୍ତ

କାଟେ ଚକ୍ରରେ।

ବ୍ରାହ୍ମଣ ସେ...................

ଯେ ଦେଖେ ସକଳ ଜୀବେ

ତାଙ୍କରି ରୂପ।

ଭେଦ ଭାବ ଭୁଲି ସମଦର୍ଶୀ

ମାନବ ସେବାରେ କରେ

ମାଧବ ଜପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract