STORYMIRROR

namita jena

Abstract

2  

namita jena

Abstract

ତୁମ ପାଶେ ଅଳି

ତୁମ ପାଶେ ଅଳି

1 min
2.8K

ପ୍ରଭୁ! ତୁମ ନାମ ସ୍ମରି

ସବୁ କର୍ମ ଯାଏ କରି।

ନିର୍ମଳ ହୃଦୟେ ଭକ୍ତି ଭରି,

ସମର୍ପିଲି ତୁଳସୀ ପତର।

ଫୁଲ ଯେତେ ଫୁଟିଛନ୍ତି ଅଗଣାରେ ମୋର , 

କରିଛି ମୁଁ ମନେ ମନେ

 ସମର୍ପଣ ପୟରେ ତୁମର। 

ହାତ ମୋର ଯାଏ ନାହିଁ କରିବାକୁ ବୃନ୍ତଚ୍ୟୁତ

 ସମୟ ପୂର୍ବରୁ , ଏଥିପାଇଁ ମୋତେ କ୍ଷମା କର।

ଅଗଣାରେ ମହକୁ ସେ

ତା ମହକେ ମନ ତୋଷେ।

ତୁମେ ତ ପୂରିଛ ପ୍ରଭୁ

ପ୍ରତିକୋଣେ ଆକାଶେ ବତାସେ।

ସୁନ୍ଦର ସର୍ଜନା ତୁମ 

ନିତି ପ୍ରତି ଦିବା ଯାମ

ଛୁଟଉ ତୁମ ଯଶ ତା'ର

ସୌନ୍ଦର୍ଯ୍ୟ ସୁବାସେ।

ଏତିକି ଅଳି ହେ ଶ୍ୟାମସୁନ୍ଦର!

କରେ ତୁମ ପାଶେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract