ସେ ଶ୍ରମିକ
ସେ ଶ୍ରମିକ
ସ୍ଵେଦ ବିନ୍ଦୁ ଝରେଇ ଦିଏ
ଯିଏ ସେ ଶ୍ରମିକ ଟିଏ ।
ରଚିଯାଏ ନିଜର ସ୍ଵାକ୍ଷର
ସେ ଯାଦୁକର।
ମାଟି ମଟାଳ,ନଭ ନୀଳ
ସାଗର ତଳ ।
ଅଛୁଆଁ ନାହିଁ କିଛି ତା' ପାଇଁ
ସେ ସର୍ବବ୍ୟାପୀ ଅନୀଳ ।
ଇନ୍ଦ୍ରଧନୁରେ ସପ୍ତରଙ୍ଗ
ତା ପାଇଁ କ୍ରାନ୍ତି,
ତା ଧମନୀରେ ଉତ୍ତାଳ ଉମଙ୍ଗ।
ସେ କୃଷକ,ସେ ସୈନିକ
ସେ ଶ୍ରମିକ ସେ ମଧୁମକ୍ଷିକ ।
