STORYMIRROR

namita jena

Action

3  

namita jena

Action

ଜୀବନ ଜ୍ବଳନ

ଜୀବନ ଜ୍ବଳନ

1 min
11.9K

ଏଇ ସେଇ ବେଳ ରତରତ

ସୂର୍ଯ୍ୟାସ୍ତ।

ପ୍ରଖର ତଥାପି ଅଛି ତେଜ,

ସମର୍ଥ ସେ କରିବାକୁ ଅନ୍ଧାର

ସମାପ୍ତ।


ଏମିତି ଜଳିବା ବୋଧହୁଏ 

ଜୀବନ,

ଉଦୟ ଅସ୍ତ ଦେଖି ଶିଖି ଯାଏ

ଜ୍ବଳନ।


ଜଳୁଥିବ ଯେତେ ଯାଏ

ଦେଉଥିବ ଆଲୋକ ଅନ୍ୟକୁ

ସେତେ ଯାଏ ।


ନିଜ ପାଇଁ କେଜାଣି କିଏ ଜୀଁଏ!

ଜାଳିବାକୁ ନିଜକୁ ଟିକିଏ

ଇନ୍ଧନ ତ ଲୋଡ଼ା ହୁଏ।


ଏ ଦେହ ଛଡ଼ା ଆଉ କ'ଣ 

ଆଣିହୁଏ କି?

ସେଇ ତ ଇନ୍ଧନ ପୁଣି ସେଇ

ବଇସାଖୀ।


ହାତ ଗୋଡ଼ ନରହିଲେ

ଜୀବନ ଅଥୟ।

ସେ ପାଇଁ ପ୍ରେମର ଅଗ୍ନିକଣାରେ

ଜଳେ ଏ ହୃଦୟ।


ହୃଦୟ ଜଳୁଥାଏ ହୁତୁହୁତୁ ହୋଇ,

ତହିଁରୁ ବିଛୁରୁଥାଏ ଶବ୍ଦର ସ୍ଫୁଲିଙ୍ଗ କବିତାର

ରୂପ ନେଇ।


ତାପରେ.................

ମନର ବାରି ।

ଜଳି ଯାଇ ହୋମାଗ୍ନିରେ

ହୋଇ ଯାଏ ପୂତ ଓ ପବିତ୍ର।


ମନ ଜଳୁଥାଏ,ଜାଳୁଥାଏ

ତା ସପନ ପାହାନ୍ତା ପହରର।

 ହୋଇଥାନ୍ତା ପରା ସତ ହୋଇଥିଲେ ଟିକେ ସ୍ୱାର୍ଥପର।

ଏମିତି...... ଏ ଯାତ୍ରା...........

ହୃଦୟ,ହୃଦୟ ପରେ ମନ ପୁଣି ସପନ।

ସବୁ ଜଳିଗଲା ପରେ

ଆଲୋକ ସବୁ ଦାନ କଲା ପରେ,

 ପତ୍ରବିହୀନ ଥୁଣ୍ଟା ଗଛ 

ଭଳି ଏ ଜୀବନ ପ୍ରତୀକ୍ଷା

କରେ ପୁଣି ଜଳିବାକୁ ଶେଷ ଥର

ପାଇଁ,ତଥାକଥିତ ନିଜ ଲୋକଙ୍କ ହାତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action