STORYMIRROR

namita jena

Abstract

3  

namita jena

Abstract

ନିତି ଯେ ସ୍ମରେ

ନିତି ଯେ ସ୍ମରେ

1 min
12K

ଦ୍ରଉପଦୀ ପରି ପାର ଯଦି କରି ଭରସା ପ୍ରଭୁଙ୍କ ଠାରେ।

ତେବେ କୁହ କିଆଁ ହେଉଛ ଛାନିଆ ଦେଉଅଛ ଗାଳି ମିଛଟାରେ।

କରି କରାଉ ଥାଏ ଯିଏ,

କ'ଣ କରିବ ଜାଣେ ସିଏ।

ଅଧର୍ମ ହେଉଛି ବହୁତ।

ହିନସ୍ଥା ହେଲେ ସାଧୁସନ୍ଥ।

ପାରନ୍ତି ନାହିଁ ସହି ସେହି।

ମର୍ତ୍ତ୍ୟେ ଆସନ୍ତି ଦେହ ବହି।

ନାଶନ୍ତି ପାପୀ ଦୁରାଚାରୀ।

ପାଳନ୍ତି ସାଧୁ ଦୁଃଖ ହରି।

ଘଟ ଘଟରେ ତାଙ୍କ ବାସ।

ଏବେ ସେ ଅଣୁରେ ପ୍ରକାଶ।

ନୁହନ୍ତି କେବେ ପକ୍ଷପାତି।

ନାଶିଲେ ପରା ନିଜ ଜାତି।

ଯେ ସଦା ସତ୍ୟ ଧର୍ମେ ଥାନ୍ତି।

ଚକ୍ର ଉହାଡେ ସେ ରଖନ୍ତି।

ଅନ୍ୟାୟ,ଅଧର୍ମ,ଔଦ୍ଧତ୍ୟ

ନାରୀଧର୍ଷଣ ବିତ୍ପାତ।

ପାରୁନି ଆଉ ଧରା ସହି।

ଡାକେ ସେ ରଖ ଭାବଗ୍ରାହୀ।

ଏହି ସେ ଯୁଗାନ୍ତ ମୁହୂର୍ତ୍ତ।

ନାଶିବେ ଆସି ଭକ୍ତ ଆର୍ତ୍ତ। 

ରଖ ବିଶ୍ବାସ ଶ୍ରୀପୟରେ।

ପ୍ରଭୁଙ୍କୁ ନିତି ଯିଏ ସ୍ମରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract