STORYMIRROR

namita jena

Abstract Crime

4  

namita jena

Abstract Crime

କେତେ ସେ ସହିବ?

କେତେ ସେ ସହିବ?

1 min
132

ଜାଡ଼ର କମ୍ବଳରେ ଜଡେ଼ଇ ଧରିଛି ଶୀତମାଉସୀ ମୋ ମାଆକୁ,ସର୍ବଂସହାକୁ।

ଭଉଣୀର ଦୁର୍ଦଶା ଅସହନୀୟ ହେଲା ତା'କୁ 

ଧରିଛି ସେ ପ୍ରଗାଢ଼ ଆବେଗରେ,ସହାନୁଭୂତିରେ,

ସମ୍ବେଦନାରେ ଫାଟି ସେ ପଡୁଛି

ଆଉ ତା ସହ ହାଡ଼ ମାଂସ ଫାଟୁଛି।

ଚେଷ୍ଟା ତା'ର ହରିବାକୁ ଜ୍ବଳନର ପୀଡା଼ ।

ଧରିଥା ଲୋ ତୋ ହିମସ୍ପର୍ଶ ଦେଇ 

ମାସ ଦୁଇ କରି ଯା ତୋ କ୍ରୀଡା଼।


ବର୍ଷ ତମାମ କେତେ ସେ ଜଳେ !

କେବେ ଦାବାଗ୍ନିରେ କେବେ ଆଗ୍ନେୟଗିରିରେ କେବେ ଦଙ୍ଗା,

କେବେ ଧର୍ଷିତାର ଜୁଇରେ,କେବେ ନବବଧୂର

ଯୌତୁକର ଜତୁଗୃହରେ ........

ଏସବୁ ନିଆଁ ତ ତା' ଛାତିରେ ଜଳେ।

ଏନ୍ତୁଡି, ମଶାଣି ଜୁଇ, ରୋଷେଇ ଘରେ,ବାହା ବେଦୀରେ,

ଯଜ୍ଞକୁଣ୍ଡରେ,ଯୁଦ୍ଧଭୂମିରେ

କେତେ ସେ ସିଝିବ????????

ଦଶମାସ ରୌଦ୍ରତାପରେ।

ଛାତିରୁ ଲାଗିଛି ନିଆଁ,

ହୃଦୟ,ଆତ୍ମାକୁ ଜାଳୁଛି।

ତା' ଜ୍ବଳନର ପୀଡା଼ କିଏ 

କି ବୁଝୁଛି????

ସର୍ବଂସହା ର କ'ଣ ସହିବାର ସୀମା ନାହିଁ?

ମାଟିକୁ କ'ଣ ଅବସର ଲୋଡ଼ା ନାହିଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract