STORYMIRROR

Ashok Kumar Pradhan

Romance

4  

Ashok Kumar Pradhan

Romance

ଛିନ୍ନ ଏ ବନ୍ଧନ

ଛିନ୍ନ ଏ ବନ୍ଧନ

1 min
134


ଶିକୁଳି ଯାଇଛି ଛିଡି 

ଆବଦ୍ଧ ବନ୍ଧନ ଉନ୍ମୁକ୍ତ 

ଶୃଙ୍ଖଳର ଅବରୋଧ 

ମାନେନା ଅଡା ଆକଟ ll


ଲକ୍ଷ୍ୟହୀନ ପଥ 

ସୀମାହୀନ ଆଶା

ମିଛ ମାୟା ମରୀଚିକା 

ଚାଲିବାକୁ ହେବ ଏକା ll


ଚାଲିଛି ଆଗକୁ 

ପଥ ସରୁନାହିଁ 

ଆହୁରି ଅନେକ ବାକି 

ପାଦ ବି ଗଲାଣି ଥକି ll


ରାସ୍ତା କେବେ ସରେନା 

ଅଭାବ ବି ପୁରେନା 

କ୍ଷଣିକ ଉତ୍ତେଜନାରେ 

ବିବେକ ବାଧା ଦିଏନା ll


ପ୍ରତାଡିତ ପ୍ରେମିକ 

ବହୁ ଘାତ ପ୍ରତିଘାତରେ 

ଆହତ ଅନିର୍ବାର 

ବିଚଳିତ ମସ୍ତିଷ୍କ ll


ପ୍ରତିଶୋଧର ବହ୍ନି ରେ ଜର୍ଜରିତ 

ପ୍ରତାରଣା ରେ କ୍ଷତାକ୍ତ 

ଆଉ ଅଘୋଷିତ ଯୁଦ୍ଧ ପାଇଁ 

ଅସ୍ତ୍ର ଧରି ପ୍ରସ୍ତୁତ ll


ଛିନ୍ନ କରି ବନ୍ଧନ 

ଉଡି ଯାଏ ଦୂର ଗଗନ 

ଖୁସି ଲାଗେ ଆଜି ବେଶୀ 

ମୁକ୍ତ ମନ ଗହନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance