STORYMIRROR

Prashantam Bapu

Abstract Romance

4  

Prashantam Bapu

Abstract Romance

ହଁ ଶୋଇ ଯିବି

ହଁ ଶୋଇ ଯିବି

1 min
23.4K

ଜିଅନ୍ତା ସାମାନ୍ , ରେଡ଼ିମେଡ଼ ଛଇ 

ଆଉ ପ୍ଲାଷ୍ଟିକ ହସ ଦେଖେଇ ବିକି ଚାଲିଛନ୍ତି 

ସରୁ ଚିକ୍କଣ ମିଛଗୁଡାକୁ ।

କିଣା ବିକା,ନାଚ ଆଉ ଗୀତ 

ମଣିଷ ଗୁଡ଼ାକ ଯେମିତି ଯନ୍ତାରେ ପଶି 

ସଭ୍ଯ ପଶୁ ହେବାର ମୂଲ୍ୟ ମାଗୁଛନ୍ତି ।


ଏତେ କୋଳାହଳ ଭିତରେ ଅଚାନକ୍

ତୁମେ ଝିଙ୍କିନିଅ ଦେହ ଭିତରକୁ

ବାହାରେ ସବୁ ସେମିତି ଚାଲୁଥାଏ 

ଚିରାଚରିତ ପ୍ରଥାରେ ।


ତୁମ ବିନା ସବୁ ଅରୁଚି ଲାଗେ 

ଆଉ ଯାହା ବି ଭଲଲାଗେ

ସେ ସବୁ ତୁମର ମରୀଚିକା ।


ସବୁ ଆକାଂକ୍ଷା କାମନା ବାସନାକୁ 

ଏକାଠି କରି ଯଦି ଫିଙ୍ଗି ଦିଏ 

ତେବେ ତୁମେ କ'ଣ ଆହୁରି ଚିକ୍ ଚିକ୍ କରିବ ?


ତୁମ ଅଭାବକୁ ଏମାନେ ଜବରଦଖଲ କରି ନିଅନ୍ତି

ଆଉ କାନରେ ଫୁଙ୍କନ୍ତି ତୁମ ପ୍ରତି 

ଅପ୍ରୀତି ଆଉ ଘୃଣାର ମନ୍ତ୍ର ‌।


କ'ଣ କରିବି କୁହ ? 

ରାସ୍ତାସବୁ ତ ନିଜେ ହିଁ ବନ୍ଦ କରି ରଖିଛି

କେତେ ଯେ ଅଜଣା ଡ଼ରର ନାଲି ଆଖିକୁ ଚାହିଁ ।


ଦିନସବୁ ବିତେ ମଶାଣିର ରାତି ପରି  

ଜଣା ନାହିଁ ପୁଣି କେତେଯେ ଯୁଗ 

ପଢ଼ି ରହିବାକୁ ହେବ ଟାଣ ପଥର ହୋଇ ।


ସେଦିନ ତୁମ ସହ ଭାସି ଯିବାର ଥିଲା

ହେଲେ କଣ୍ଟା ଗଳାରେ ହିଁ ଲାଖି ରହିଗଲା।

ଦ୍ୱନ୍ଦ୍ୱ , ଧର୍ମସଙ୍କଟ ନା ଅବିଶ୍ବାସ ?


ଗୋଟେ ବିରାଟ ପର୍ବତ କି 

ଅଲଂଘ୍ଯ ମରୁଭୂମି ପରି ପ୍ରେମ !

ସେପାରେ କ'ଣ ଅଛି କାହା ପାଖେ ଉତ୍ତର ନାହିଁ 

କେହି କେବେ ଆଜିଯାଏଁ କାହିଁ ଫେରି ନାହାନ୍ତି ।


କ'ଣ ଏଇମିତି ଥକିଯାଇ ଶୋଇ ଯିବି 

ଏ ଅମଡ଼ା ରାସ୍ତାର ସବୁ ଆଶାକୁ ମାରି

କାଲିର ସୂରୁଜକୁ ଅପେକ୍ଷା ନକରି ?

ହଁ ଶୋଇ ଯିବି ।


Rate this content
Log in

Similar oriya poem from Abstract