STORYMIRROR

Prashantam Bapu

Abstract Inspirational

4  

Prashantam Bapu

Abstract Inspirational

ମଣିଷ କ'ଣ ?

ମଣିଷ କ'ଣ ?

1 min
215



ତୋଳି ଥିବା ଉଜାଡ଼ି ଥିବା 
ଘର ବିଲ ବାଡ଼ି ବଗିଚା ଅନୁଷ୍ଠାନ 
ଗଢ଼ିଥିବା ଭାଙ୍ଗିଥିବା ସମ୍ପର୍କ 
କମେଇ ଥିବା ଜମା କରିଥିବା 
ହରାଇଥିବା ଅର୍ଥ ସମ୍ମାନ 
ଜନ୍ମ କରିଥିବା ପିଲାଛୁଆ 
ତାଙ୍କ ସଫଳତା ବିଫଳତା ବି
ପାଳିଥିବା ଗାଈଗୋରୁ 
ଛେଳିମେଣ୍ଢା କୁକୁର ବିଲେଇ 
କରୁଥିବା କରିଥିବା ଚାକିରି 
ଚୋରି ଦୁର୍ନୀତି ବ୍ୟବସାୟ ଚାଷବାସ 

ଖାଉଥିବା ଖାଦ୍ୟ 
ମାଟି ପାଣି ପବନ ସୂର୍ଯ୍ୟ 
ପେଟ୍ରୋଲ ଡିଜେଲ ଗ୍ୟାସ୍  କୋଇଲା କାଠ
ତା ଗାଡ଼ିଘୋଡ଼ା ପୋଷାକ ଜୋତା ଛତା
ଫାଇଲ୍ ଭିତରେ ସାଇତା ସାର୍ଟିଫିକେଟ
କେତେ କେତେ ପରିଚୟ ପତ୍ର 
ପଟ୍ଟା ପାଉତି ଏଲ.ଆଇ.ସି 
ବ୍ୟାଙ୍କ୍ ପାସବୁକ୍ ଇଲେକ୍ଟ୍ରି ବିଲ୍ 

ଡ୍ରଇଂ ରୁମ୍ ର ସେଲ୍ଫ୍ କାନ୍ଥରେ ପ୍ରଦର୍ଶିତ 
ମାନପତ୍ର ସିଲ୍ ମେଡ଼ାଲ୍ 
ବନ୍ଧେଇ ହୋଇ ଝୁଲୁଥିବା 
ଛୋଟ ବେଳର ପଢ଼ା ବେଳର 
ସାଙ୍ଗସାଥୀ ବାହାଘରର ପୁରୁଣା ଫୋଟୋ 
ସେ ଗଲା ପରେ 
ଏ ସବୁ ଧିରେ ଧିରେ ଫିକା ପଡ଼େ
ଧୂଳି ବସେ ଉଈ ଖାଏ ମାଟି ଚରେ 
ଭାଙ୍ଗିଯାଏ ମିଶିଯାଏ
ଅଲୋଡ଼ା ଅଖୋଜା ହୁଏ ହଜିଯାଏ ...
  
ନାଁ ସେ କିଛି ନୂଆ ରୂପ ନିଏ ? 
ଗୋଟିଏ ମଣିଷ କେତେ ଜଣା ଅଜଣା 
ମଣିଷ ଭିତରେ ବାଣ୍ଟି ହୋଇଯାଏନି କି ?
କେହି ଜାଣନ୍ତୁ ନଜାଣନ୍ତୁ 
ଗୋଟିଏ ମଣିଷ ଭିତରେ ଥାଏ
ଗୋଟିଏ ଅଲିଖିତ ବିସ୍ତୃତ ଇତିହାସ 
ସାତ ସମୁଦ୍ର ଠାରୁ ବଡ଼ 
ସ୍ମୃତିର ଏକ ଗନ୍ତାଘର 
ପ୍ରତ୍ୟେକ ମଣିଷ 
ଏକ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ 
ଖାଲି ମଣିଷ କାହିଁକି 
ପ୍ରତ୍ୟେକ ଜଡ଼ ଜୀବନ 
ଆଖି ଦେଖି ପାରୁନଥିବା 
ବୁଦ୍ଧି କଳି ପାରୁନଥିବା  
ପ୍ରତ୍ୟେକ ପଦାର୍ଥ ତା ଭିତର 
ଅଣୁ ତା ଭିତର ପରମାଣୁ
ତା ଭିତର ଇଲେକଟ୍ରୋନ ପ୍ରୋଟୋନ୍ ନିଉଟ୍ରୋନ୍ 
ପ୍ରୋଟୋନ୍ ନିଉଟ୍ରୋନ୍ ଭିତର କ୍ୱାର୍କ 
ଏ କ୍ୱାର୍କ ପୁଣି କାଳେ ତିଆରି ଷ୍ଟ୍ରିଙ୍ଗ୍ ରେ ...

ଯେଉଁ ଶକ୍ତି ଏସବୁକୁ ବାନ୍ଧିଛି ଚଳୋଉଛି 
ସେହି କ'ଣ ଏକା ସବୁଠି ରହି 
ସବୁ କଥା ଚଳୋଉଛି ?
କ'ଣ ପ୍ରତ୍ୟେକ ଜୀବ ଅଜୀବର ଜନ୍ମ ମୃତ୍ୟୁ 
ପଙ୍କରୁ ପଦ୍ମ ପଦ୍ମରୁ ପଙ୍କ 
ଅହରହ ଘୂରିବା ଗନ୍ତବ୍ୟ ?
କାଳ ଚକ୍ର ଧମ୍ମ ଚକ୍ର ମଧ୍ୟର 
ସବୁ କ୍ଷଣିକ ଦୃଶ୍ୟ ମାତ୍ର ?
ମଣିଷ ଦୃଷ୍ଟିରେ ତା'ର ଦୀର୍ଘ ଯାତ୍ରା ବି 
ଆଖି ପଲକ ପଡ଼ି ଖୋଲିବା ଭିତରେ 
ହଜିଯାଉଥିବା ଏଇ ମାଇକ୍ରୋ ସେକେଣ୍ଡର 
ଦୃଶ୍ୟଟିଏ ମାତ୍ର ?


୧୩/୦୨/୨୦୨୫ , କରଞ୍ଜିଆ, ମୟୁରଭଞ୍ଜ ।


Rate this content
Log in

Similar oriya poem from Abstract