STORYMIRROR

Prashantam Bapu

Abstract Inspirational Others

4  

Prashantam Bapu

Abstract Inspirational Others

ବେକାର କଥା ସବୁ ...

ବେକାର କଥା ସବୁ ...

1 min
382


ଦୁନିଆ ଯାକର ଯେତେ ବେକାର କଥା ସବୁ 

ଅହରହ ଭାବି ଭାବି ଅସ୍ତବ୍ୟସ୍ତ ହୁଏ 

ଯାହା ଜରୁରୀ ସେ ବିଷୟରେ ଭାବି ପାରେନି 

ପାରେନି ନାଁ ଏ ମନ ଜାଣିଶୁଣି ସେଥିରୁ ଦୂରେଇ ରୁହେ ?

ଘନଘନ ଯୁଦ୍ଧ ପୁଣି ଭିତରେ ବାହାରେ ଶତ୍ରୁ ମାଳମାଳ 

ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥାଏ ସବୁ ସମୟରେ 

 

ବହୁତ କିଛି ଘଟିପାରେ ଠିକ୍ ବାଟ ଧରିଲେ

ହେଲେ ନିଜକୁ ସଙ୍କୁଚିତ ସୀମିତ ଜାକିଜୁକି ମାପିଚୁପି ରଖିଛି

ଏ ସନ୍ଦେହୀ ସ୍ୱାର୍ଥ କୈନ୍ଦ୍ରିକ ଆଖି ଯୋଡ଼ିକ ରେ 

ସଭିଏଁ ଦିଶନ୍ତି ବଡ଼ ବଡ଼ ରକ୍ତଶୋଷା ଡାହାଣୀ ରାକ୍ଷସ ପରି 


ବେଳେବେଳେ ଏ କୋଳାହଳ ଏତେ ବିରକ୍ତ କରେ ଯେ 

ଇଚ୍ଛା ହୁଏ କି ସବୁ ଛାଡ଼ିଛୁଡ଼ି କୁଆଡ଼େ ପଳେଇ ଯାଆନ୍ତି 

ସମାଜ ଦୃଷ୍ଟିରେ ହାର୍ ମାନି ଲାଞ୍ଜ ଗୁଞ୍ଜି ମୁଣ୍ଡ ତଳକୁ ପୋତି

 

କୃଷ୍ଣଙ୍କ ଗୀତା ଶୁଣି ଅର୍ଜୁନ ଯୁଦ୍ଧ କରି ଧର୍ମର ବିଜୟ ହୋଇ

କ'ଣ ଟା ଓଲଟି ଗଲା ଯେ ଆଉ କୁଆଡ଼େ ଗଲା ସେ ଧର୍ମ ?

ବିଜୟ ଉଲ୍ଲାସରେ ଆତ୍ମହରା ହୋଇ 

ଶୋଇ ପଡ଼ିଗଲା କି ସେ ସବୁଦିନ ପାଇଁ ?


ତ ଅର୍ଜୁନ ସହ ତୁ ନିଜକୁ ତୁଳନା କରୁଛୁ !

ଭାବୁଛୁ କୃଷ୍ଣଙ୍କ ପାଦେ ସମର୍ପିତ ହୋଇ 

କର୍ମବୀର ପରି ଧର୍ମ ଯୁଦ୍ଧ ତୁ ବି ଲଢ଼ୁଛୁ ?


ଯନ୍ତା ଭିତରୁ ନୃଶଂସ ପଶୁଟା ହୁଂକାର ଛାଡ଼ି କହୁଛି 

ଏ ଅର୍ଜୁନ କିଏ କି ଏମିତି ? 

ମହାଭାରତ ଯୁଦ୍ଧ କିଏ ବା ଦେଖିଛି  

କୃଷ୍ଣର ମହାନତା ବି ସବୁ ବଢ଼ାଚଢ଼ା ମନଗଢ଼ା କାଳ୍ପନିକ 

ଏଠି ମୋ ଯୁଦ୍ଧ ହିଁ ପ୍ରକୃତ ଯୁଦ୍ଧ ଆଉ ସବୁଠୁ ବଡ଼ 

ଏଠି ମୁଁ ହିଁ ଧର୍ମ ସତ୍ଯ ବାକି ସବୁ ଅଧର୍ମ ଅସତ୍ଯ


ଯନ୍ତା ଭିତର ପଶୁଟା ଥକିଯାଇ ଥମିଗଲା ପରେ 

ନିର୍ଜନରେ ନିଶବ୍ଦରେ କିଏ ଜଣେ ଫୁସଫୁସ୍ କରି କୁହେ

ଏ ମଣିଷର ସବୁ ଯୁଦ୍ଧ କାଳ୍ପନିକ ନୁହେଁ କି ?

ତୋ ଯୁଦ୍ଧ ସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ 

ଏ ଜୟ ପରାଜୟ ଧର୍ମ ଅଧର୍ମ ଲାଭ କ୍ଷତି ସୁଖ ଦୁଃଖ 

ସବୁ କାଳ୍ପନିକ ନୁହେଁ କି ?

ସବୁ ବେକାର କଥା ନୁହେଁ କି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract