STORYMIRROR

DILIP KUMAR SAHOO

Romance

4  

DILIP KUMAR SAHOO

Romance

ଭାରି ଭଲଲାଗେ

ଭାରି ଭଲଲାଗେ

1 min
155


ଭାରିଭଲ ଲାଗେ ତୋ ପାଇଁ ନିଇତି

ନୂଆ ଗପ ଲେଖିବାକୁ

ଭାରିଭଲ ଲାଗେ ତୋ ଫଟୋକୁ ନିତି

ମନଭରି ଦେଖିବାକୁ 


ଭଲପାଉ ବୋଲି କହୁନାହୁ ହେଲେ

ମନଭରି ଭଲ ପାଉ

ଭଲ ପାଉ ବୋଲି ଗୋପନ କଥାକୁ

ମୋ ଆଗରେ ଗପିଯାଉ

ଭାରିଭଲ ଲାଗେ ଆଉକା ମୁହଁରୁ

ତୋ ପ୍ରଶଂସା ଶୁଣିବାକୁ

ଭାରିଭଲ ଲାଗେ ମନକଥା ତୋର

ସବୁବେଳେ ଜାଣିବାକୁ


ହଜାର ଦୁଃଖ କୁ ବୁକୁତଳେ ଚାପି                                      ହସ ଯାଉ ବାଣ୍ଟି ବାଣ୍ଟି

ସେହି ତୋ ହସରେ ମନ ପୂରିଯାଏ

ଆଖି ଖୋଜେ ତୋତେ ନିତି

ଭାରିଭଲ ଲାଗେ ଗହଳି ଭିତରେ

ତୋ ମୁହଁକୁ ଖୋଜିବାକୁ

ଭାରିଭଲ ଲାଗେ ତୋ କଥା ଭାବି ମୁଁ

ସପନରେ ହଜିବାକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance