ଭାରି ଭଲଲାଗେ
ଭାରି ଭଲଲାଗେ
ଭାରିଭଲ ଲାଗେ ତୋ ପାଇଁ ନିଇତି
ନୂଆ ଗପ ଲେଖିବାକୁ
ଭାରିଭଲ ଲାଗେ ତୋ ଫଟୋକୁ ନିତି
ମନଭରି ଦେଖିବାକୁ
ଭଲପାଉ ବୋଲି କହୁନାହୁ ହେଲେ
ମନଭରି ଭଲ ପାଉ
ଭଲ ପାଉ ବୋଲି ଗୋପନ କଥାକୁ
ମୋ ଆଗରେ ଗପିଯାଉ
ଭାରିଭଲ ଲାଗେ ଆଉକା ମୁହଁରୁ
ତୋ ପ୍ରଶଂସା ଶୁଣିବାକୁ
ଭାରିଭଲ ଲାଗେ ମନକଥା ତୋର
ସବୁବେଳେ ଜାଣିବାକୁ
ହଜାର ଦୁଃଖ କୁ ବୁକୁତଳେ ଚାପି ହସ ଯାଉ ବାଣ୍ଟି ବାଣ୍ଟି
ସେହି ତୋ ହସରେ ମନ ପୂରିଯାଏ
ଆଖି ଖୋଜେ ତୋତେ ନିତି
ଭାରିଭଲ ଲାଗେ ଗହଳି ଭିତରେ
ତୋ ମୁହଁକୁ ଖୋଜିବାକୁ
ଭାରିଭଲ ଲାଗେ ତୋ କଥା ଭାବି ମୁଁ
ସପନରେ ହଜିବାକୁ

