STORYMIRROR

Chttaranjan Parida

Romance

4.1  

Chttaranjan Parida

Romance

ଚୁଲବୁଲି ଝିଅ

ଚୁଲବୁଲି ଝିଅ

1 min
23.1K


ନହୁଲି ବୟସୀ ମୁଁ ଚୁଲବୁଲି ଝିଅ

ବୋଲ ମାନୁନାହିଁ ମୋର ଚଗଲା ମନ

ମନଲାଖି ମନଟେ ଖୋଜେ ରାତିଦିନ

             ଖୋଜେ ରାତିଦିନ ।୦।

ଯଉବନ ଫୁଲ ମୋର ଫୁଟି ମହକୁଛି

ସୁମଧୁର ମଧୁ ତହିଁ ସାଇତି ରଖିଛି

ଖୋଜୁଅଛି ଫୁଲ ପାଇଁ ଚଗଲା ଭଅଁର

ପାଇଗଲେ ମଧୁ ଦେଇ ବାନ୍ଧିବି ତା ମନ

           ଖୋଜେ ରାତିଦିନ---।1।

ରୂପର ପସରା ମୋର ଦିଗ ଚହଟୁଛି

ରଙ୍ଗରସ ଆଭୂଷଣେ ସଜାଇ ରଖିଛି

ଖୋଜୁଅଛି ରୂପ ପାଇଁ ଏକ ଚିତ୍ରକର

ପାଇଗଲେ ଆଙ୍କିଦେବି ତା'ଗଣ୍ଡେ ଚୁମ୍ବନ

&n

bsp;             ଖୋଜେ ରାତିଦିନ---।2।

କାମନା ଜୁଆର ମୋର କୂଳ ଲଙ୍ଘୁଅଛି

ଭାବର ନଈରେ ମନ ଭସାଇ ଦେଇଛି

ଖୋଜୁଅଛି ଭାବ ପାଇଁ ଭାବୁକ ମନକୁ

ପାଇଗଲେ ଛନ୍ଦିଦେବି ତା ସାଥେ ମୋ ମନ

             ଖୋଜେ ରାତିଦିନ----।3।

ଷୋଡ଼ଶୀ ଅଙ୍ଗରେ ମୋର ଅଳସ ବଢୁଛି

ଗିରି ବନ ଉଦ୍ୟାନେ ଫୁଲପରି ଫୁଟିଛି

ଖୋଜୁଅଛି ସାଥି ପାଇଁ ଏକ ପ୍ରଜାପତି

ପାଇଗଲେ ବାନ୍ଧିନେବି ଦେଇ ମୋର ମନ

    ଖୋଜେ ରାତିଦିନ ଖୋଜେ ରାତିଦିନ ।4।

  


Rate this content
Log in

Similar oriya poem from Romance