STORYMIRROR

ପ୍ରଶାନ୍ତ ମହାପାତ୍ର

Romance

4  

ପ୍ରଶାନ୍ତ ମହାପାତ୍ର

Romance

ସତୀ ନାରୀର ରାତି

ସତୀ ନାରୀର ରାତି

1 min
22.3K


କଣ୍ଟକିତ ଶେଯ

ଆଉ ଧୂଳିର ପଲଙ୍କ

ସତୀ ନାରୀ ର ଉଲଗ୍ନ ରୂପ

ଶିଖର କୁ ଛୁଇଁ ଯିବାର

ସମସ୍ତ ଚଞ୍ଚଳତା

ଅଳସୀ ନଈର ଶିରା ପ୍ରଶିରା ରେ

ଭାସୁଥିଲା ଯୌବନ କୁମୁଦ

ଲଘିଂ ବନ୍ଧ ବାଡ

ସମ୍ମାନ ବିଚାର

ନିର୍ଜନ ଅନ୍ଧାର ରେ

ହେବା ପାଇଁ ଏକାକାର....॥


ସୁଢୋଳ ପର୍ବତ ସମ

କୋମଳ ଧବଳ ବର୍ଣ

ଅଧର ର ନାଲି ଧାରେ

ତୋ ଲାବଣ୍ୟ ଦଂଶନ

ତାନ୍ତ୍ରିକ ର ବଶ ପରି

ଅମୃତ ଆନନ୍ଦ ସନ୍ଧାନେ

ସହବାସ ରେ ମଗ୍ନ

ଉଷ୍ମ ନଥିରୁ ଖସିପଡୁଥିଲା

ଥୋଲା ଥୋଲା ପ୍ରେମ

ନିର୍ଜନ ରାତିରେ ସୁମଧୁର ଶବ୍ଦ

ଦେଉଥିଲା ନୂଆ ଶିହରଣ....॥


ଧିରେ ଧିରେ ପକ୍ଷୀ ମାନଙ୍କର

କିଚିରି ମିଚିରି ଶବ୍ଦ

ପାହାନ୍ତା ପହର ର ଉନ୍ମାଦ

ଇଚ୍ଛା ନାହିଁ ଉଠିବାକୁ

କିନ୍ତୁ କେହି ଜଣେ ଜାଣିବା ଆଗରୁ

ଫେରିବାକୁ ହେବ ଘରକୁ

ସତୀ ବୋଲି ପ୍ରମାଣ

ରଖିବାକୁ ହେବ

ଉଲଗ୍ନ ଅବଶ ଶରୀର

କିନ୍ତୁ ଚାହୁଁଥିଲା

ତା ଛାତିରେ ଲୋଟି ଶୋଇବାକୁ.......॥


  


Rate this content
Log in

Similar oriya poem from Romance