STORYMIRROR

ପ୍ରଶାନ୍ତ ମହାପାତ୍ର

Abstract Inspirational

3  

ପ୍ରଶାନ୍ତ ମହାପାତ୍ର

Abstract Inspirational

ଆମ ଗାଁ କୁ ଆସିଛି ରଜ

ଆମ ଗାଁ କୁ ଆସିଛି ରଜ

1 min
12.1K

ଆଉ ଶୁଭୁ ନାହିଁ

        ରଜ ଦୋଳି ଗୀତ

ଭୁଆସଣି ଆଉ

         ବସୁନାହିଁ ମିତ....(୨)

ମୋ ଗାଁ ଯାଇଛି ଆଜି

          ପୂରା ବଦଳି

ଆଉ ନ‍ାହିଁ ସେହି ସ୍ନେହ

         ଭାବ ଉଚ୍ଛୁଳି...(୨)....॥୧॥


ମୋ ଗାଁ ରେ ଆଉ

         ନାହିଁ ସେହି କଥା

ସଭିଁଏ ଅଲଗା

         ନାହିଁ ତ ଏକତା....(୨)

ରଜ, ଦୋଳି, ଦଶ'ରା

          ପଣା ସଂକ୍ରାନ୍ତି

ରାକ୍ଷୀ, ଜାଗର, ଉତ୍ସବ

          ପୁଣି ସାବିତ୍ରୀ...(୨)...॥୨॥


ନଖି ନାନୀ ଆଉ

          ଗପ କହୁନାହିଁ

ନିଧିଆ ଅଜା ବି

         ଚ‍ଲି ପାରୁ ନାହିଁ...(୨)

ବଦଳି ଗଲାଣି

        ତାଙ୍କରି ଯୁଗ

ଟାକୁଆ ସାଙ୍ଗରେ

        ବାହୁତ ଭାବ...(୨).....॥୩॥


ଆହା କି ସୁନ୍ଦର 

         ରଜ ପୋଡ ପିଠା

ଆରିସା, କାକରା

       ସୁଜି, ମଣ୍ଡା, ମିଠା....(୨)

ବୋହୂ ଚୋରୀ, ବାଗୁଡି

          ତାସ୍ ର ମଜା

ନାଚ, ଗୀତ, ହସ

       ଆଉ ନାହିଁ ତ ତାଜା...(୨)....॥୪॥


ଘର ଘର ବୁଲା

        ଲିଭି ତ ଗଲାଣି

ମାଉସୀ, ପିଉସୀ

       ପର ଯେ ହେଲେଣି...(୨)

ଆଉ ନାହିଁ ସେହି ଖୁସି

         ଗଲା ମଉଳି

ମୋ ଗାଁ ଯାଇଛି ଆଜି

        ପୂରା ବଦଳି...(୨)....॥୫॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract