STORYMIRROR

Prasanta Mahapatra

Romance

3  

Prasanta Mahapatra

Romance

ସେଇ ରାତି

ସେଇ ରାତି

1 min
13K


ଆକାଶର ଛାତ ତଳେ

ଆମ୍ର ତରୁ ମୂଳେ

ପେନ୍ଥା ପେନ୍ଥା ବଉଳର

ବାସ୍ନା ଗୁଞ୍ଜୁରିତ......l

ମଧୁର ସ୍ୱପ୍ନର 

ଅନାବିଳ ସମ୍ପର୍କ

ପ୍ରିୟାର କର ଛନ୍ଦା

ପ୍ରୀତିଭରା କୋମଳ ସ୍ପର୍ଶ......l

ଲେଖି ଦେବା ପାଇଁ 

ଅନେକ କଥା

ଆଖିରେ ଅାଖିରେ

ସାତ ଜନ୍ମର ବାର୍ତ୍ତା.......l

ଅର୍ଦ୍ଧଚନ୍ଦ୍ରର ଆଗମନେ

ରୂପ ଜ୍ୟୋସ୍ନାରେ ଭରପୂର

ନୀର ଆଉ କ୍ଷୀର

ଦୁହେଁ ଏକାକାର.......l

ପ୍ରିୟାର ସେ ମଧୁର ସ୍ପର୍ଶ

କଥା ଅଳ୍ପ

ସମୟର ଅବଶୋଷ

ନିମିଷକେ ସବୁ ଶେଷ......l

ଉଜାଗର ରାତି

ଉଜାଗର ସାଥୀ

ତଥାପି ପଡିନି ବିରାମ

ଅସମ୍ପୂର୍ଣ ସମ୍ପର୍କ ତାତି.......l

       ପ୍ରଶାନ୍ତ ମହାପାତ୍ର

   ରମାବିଲି, ଜଙ୍କିଆ, ଖୋରଧା

       ୭୮୯୬୬୮୩୫୬


Rate this content
Log in

Similar oriya poem from Romance