STORYMIRROR

SOUBHAGYABATI GIRI

Romance Inspirational Others

4  

SOUBHAGYABATI GIRI

Romance Inspirational Others

ଜୀବନସାଥୀ

ଜୀବନସାଥୀ

1 min
200

ଭାଗ୍ୟ ମତେ ଆଣି ପହଞ୍ଚାଇଦେଲା                                           ଏମିତି ଶିଖର ସ୍ଥଳେ

ଉଚ୍ଚ ବେତନରେ ଚାକିରି କରିଛି 

           ଦେଶବିଦେଶ ମୁଁ ବୁଲେ

ସଭିଏଁ କହନ୍ତି ବାହାହେବ ତମେ 

             ଝଲମଲ ପ୍ରାସାଦରେ

ଜୀବନ ତୁମର ବିତିବ ବୃହତ 

          ଆୟବ୍ୟୟର ଅଟକଳରେ

ଶାଶୁଘରେ ତୁମ ଥିବ ବହୁଟଙ୍କା 

           ଗାଡି କୋଠା ଆଉ ଧନ

ତୁମ ସ୍ୱାମୀ ପାଖେ ହାତ ଯୋଡୁଥିବେ

           କେତେକେତେ ଅଧସ୍ତନ

ହସି ମୁଁ କହିଲି ଏସବୁ ରେ ମୋର

            ନାହିଁ କିଛି ପ୍ରୟୋଜନ

ସୁଶିକ୍ଷିତ ସ୍ନେହୀ ହୃଦୟଟେ ଲୋଡା

           ବୁଝିବ ଯେ ମୋର ମନ

ଦୁ:ଖୀଗରିବଙ୍କ ପାଇଁ ତା ମନରେ

             ଦୟାଭାବ ଥିବ ଭରି

ଅନାଥ ପିଲାଙ୍କୁ ସାହାଯ୍ୟ କରିବ

             ଘୃଣାଭାବ ପରିହରି

ଈଶ୍ୱରବିଶ୍ୱାସ ମଣିଷପଣିଆ 

            ଯାହା ହୃଦୟରେ ଥିବ

ସଚ୍ଚରିତ୍ର ଆଉ ସଚ୍ଚୋଟ ପିଲାଟେ

         ମୋ ଜୀବନ ସାଥୀ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance