STORYMIRROR

SOUBHAGYABATI GIRI

Drama Crime Thriller

3  

SOUBHAGYABATI GIRI

Drama Crime Thriller

ଦାବାଗ୍ନି

ଦାବାଗ୍ନି

1 min
276

ଦମକଳ ବାହିନୀ ଦ୍ୱାରା ନିଆଁ ଲିଭା ସରିଥିଲା,

ଚତୁର୍ଦ୍ଦିଗରୁ ଶୁଭୁୁଥିଲା ହୋ ହାଲ୍ଲା,

ତୁହାତୁହା ପବନରେ ଭାସି ଆସୁଥିଲା

ପୋଡା ମାଂସର ଗନ୍ଧ।

ବର୍ଷକର ଝିଅଟା ରାହା ଧରି କାନ୍ଦି ଚାଲିଥିଲା,

ଭୋକରେ ଆଉଟୁପାଉଟୁ ହେଉଥିଲା ସେ,

ବାତାବରଣଟା ଧୁଆଁଧୁଆଁ ,

ଜନଗହଳି ଭିତରୁ ଆହାଃ ଚୁଃ ଚୁଃ ପରି

କିଛି ସହାନୁଭୂତିର ଶବ୍ଦ ଶୁଭୁଥିଲା।

କିଛି ଲୋକ କାନ୍ଦି କାନ୍ଦି ଭୁଇଁରେ ଲୋଟି ଯାଉଥିଲେ,

ଆଉ କିଛି ଲୁହ ଲୋକ ଦେଖାଣିଆରେ ବହି ଯାଉଥିଲା।

ପୋଲିସ୍ ଛାଉଣୀ କରି ଚଳେଇଥିଲା ଛାନ୍ ଭିନ୍,

ପ୍ରଶ୍ନବାଣ ମାରି ଚାଲିଥିଲା ବନ୍ଧୁକରୁ ଗୁଳି ମାରିବା ପରି,

ତା'ର ସନ୍ଧାନୀ ଆଖି କିଛି ଗୋଟେ ଖୋଜି ଚାଲିଥିଲା,

ସାକ୍ଷୀ ପ୍ରମାଣ ଯୋଗାଡୁଥିଲା କି କ'ଣ ବୋଧେ ??

ହଁ ,ଆଜି ଯୌତୁକ ଦାନବର ଦାବାଗ୍ନିରେ 

ପୁଣି ଜାଳି ଦିଆଯାଇଛି, 

ଗୋଟେ ନିରୀହା ଝିଅର ଇଚ୍ଛା,ଆଶା ଓ ସ୍ୱପ୍ନ,

ଆଉ ଶେଷରେ ତା ସଂପୁର୍ଣ୍ଣ ଦେହଟାକୁ ବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama