STORYMIRROR

SOUBHAGYABATI GIRI

Action Inspirational Others

4  

SOUBHAGYABATI GIRI

Action Inspirational Others

ସ୍ୱାଧୀନତା

ସ୍ୱାଧୀନତା

1 min
228


ସ୍ୱାଧୀନତା ଅର୍ଥ    ମତେ ପଚାରନା

    ଆଜି ବି ମୁଁ ପରାଧୀନ,

କାହିଁକି ମିଛରେ      ଡିଣ୍ଡିମ ପିଟିବି

    ନାରୀ ଅଟଇ ସ୍ୱାଧୀନ।

ମାତୃଗର୍ଭେ ଯଦି     ସଞ୍ଚରିଯାଏ ମୁଁ

    ହୁଏ କନ୍ୟାଭୃଣ ହତ୍ୟା ,

ପୁଅଝିଅ ଭେଦ      ଭାବ ଶବ୍ଦଟିକୁ

   ପରଖେ ମୋ ଶୈଶବତା।

କିଶୋରୀ ଯୁବତୀ  କେଉଁ ରୂପ ମୋର

    ଚାଖିନାହିଁ ସ୍ୱାଧୀନତା,

ସ୍ୱାଧୀନତା କଥା      କହିବାଠୁ ଭଲ

     ରଖିବି ମୁଁ ନୀରବତା।

ବାରମ୍ବାର ପଡେ   ଲୋଲୁପ ଚାହାଣୀ

    ନାରୀମାଂସ ଲୋଭୀଙ୍କର,

ଲୁଣ୍ଠିତା ଲାଞ୍ଛିତା      ଧର୍ଷିତା ପତିତା

     ହୁଏ ପରିଚୟ ମୋର।

ନିଜ ପରିଚୟ      ଲୁଚିଯାଇଛି ମୋ 

     ପୁରୁଷର ପାଦ ତଳେ,

ସ୍ୱାଧୀନ ହେବାକୁ  ଚେଷ୍ଟା କଲେ ମତେ

    ନିନ୍ଦା ଅପବାଦ ମିଳେ।

ବିବାହ ବେଦୀରୁ    ଯୌତୁକ ରାକ୍ଷାସ

    ଗଳା ମୋର ଚିପି ଧରେ,

କେବେ କିରୋସିନ୍  ନିଆଁରେ ମୁଁ ଜଳେ

    କେବେ ଶାବଳ ଚାପାରେ।

ସଞ୍ଚରିବା ଠାରୁ     ମୃତ୍ୟୁ ପରିଯନ୍ତେ 

    ମୋ ହାତପାଦରେ ବେଡି,

ସ୍ୱାଧୀନ ବୋଲି ମୁଁ     କାହିଁକି କହିବି

      ପୁରୁଷ କଥାରେ ପଡି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action