STORYMIRROR

Sanjay kumar Tripathy

Romance

4  

Sanjay kumar Tripathy

Romance

ହୃଦ ସ୍ପନ୍ଦନ

ହୃଦ ସ୍ପନ୍ଦନ

1 min
43

ସବର୍ଣ୍ଣ ଯାଦୁଟି ପ୍ରିୟତମା ତୁମ

ଚଢ଼ିଲା ହୃଦ ଉପରେ

ଅର୍ଦ୍ଧ ଆବେଗ ର ବଶବର୍ତ୍ତୀ ହେଲି

ଛାଡିକି ସବୁ ପଛରେ


ଧୃତ ଧାବମାନ ହୃଦୟ ସ୍ପନ୍ଦନ

ଚାଲେ ଧପ୍ ଧପ୍ ହୋଇ

ଯାହା ବାକିଥିଲା ଆତ୍ମା ଗହ୍ଵର ରେ 

ଯାଏ ପ୍ରିତୀ ର ଧମନୀ ଡେଇଁ


କ୍ରୀଡା ରତ ସବୁ ରକ୍ତ ର କଣିକା

ଜମନ୍ତି ତୁମକୁ ଦେଖି

ଭାବ ନାବ ସବୁ ସକ୍ରିୟ ହୁଅନ୍ତି

ତୁମର ପରସ ଚାଖି


ଯୋଖି ରଖି ସବୁ ଆହ୍ଲାଦ ମୁହୂର୍ତ୍ତ

ଭାବେ ପ୍ରତି ଅଣୁ କ୍ଷଣ

ଯଦି ଅବା ତୁମେ ମୋ ପାଖେ ନଥାନ୍ତ

ରୁହନ୍ତା କି ମୋର ପ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance