ଗାଁ- ସହର
ଗାଁ- ସହର


ଥୁଣ୍ଟା ବରଗଛ ଜେଷ୍ଠ ମାସ ଖରା
ତା ସାଙ୍ଗେ ପଖାଳ ଶାଗ
ଗାଁ ଛାଡି ସିନା ସହରେ ବସିଲ
ମାଛ ମାଂସ କି ଲାଗିବ ବାଗ।
ଧୁ ଧୁ ଖରା ତଣ୍ଟି ସୁଖା ଝାଞ୍ଜି
ସାଙ୍ଗକୁ ରୁଦ୍ର ର ତାତି
ଗାଁ ଦହି ଆଉ କଣ୍ଟ ରଖା ପାଣି
ସବୁ ଆଖି ବୁଜିଯାନ୍ତି କ୍ଷେପୀ।
ଥଣ୍ଡା ପାନୀୟ କୁ ତାପ ନିୟନ୍ତ୍ରିତ
ବିଛଣାରେ ସିନା ଶୋଇବ
ଜୀବନ୍ତ ଏ ସବୁ ଗାଁ ମଜା ଭାଇ
ଗାଁ ଛାଡି କିବା ପାଇବ?
ସନ୍ଧ୍ୟା ଲେଉଟାଣି ଗାଁ ଭୂଆଁସୁଣି
ଆଉ ସେ ଗାଈ ର ମେଳ
ଯେତେ ଚେଷ୍ଟା କଲେ ପାଇବୁନି ଭାଇ
ଏଇ ମାଟି ମାଆ କୋଳ।