Prafulla Kumar Tripathy

Abstract

3  

Prafulla Kumar Tripathy

Abstract

ଆସ ଗଛ ଲଗାଇବା

ଆସ ଗଛ ଲଗାଇବା

1 min
228


ଆସ ସମସ୍ତେ ମିଳିମିଶି

ଗଛ ଲଗାଇବା

ଏ ସମୟରେ ଫୋଟ ଉଠାଅନି

ଫୋଟ ଉଠାଇଲେ

ବଢିଯାଏ ନିଜର ଗର୍ବ ଅହଂକାର

ମନୁଷ୍ଯର ଛାଇରେ

ଗଛ ବଢେ ନାହିଁ ।

ଶେଷରେ ସୁନ୍ଦର ଗଛଟିି

ଜଳି ଜଳି ମରିଯାାଏ ।

କିଛିଦିନ ଅପେକ୍ଷା କରିବା

ଗଛ ବଂଚି ରହୁ

ପତ୍ର ଡାଳରେ ଗହଳ ହେଉ

ଫୁଲ ଫଳ ଭରି ଦେଉ

ଗଛଟି ଝଙ୍କାଳିଆ ହେଉ

ଗଛଟି ଝଙ୍କାଳିଆ ହେଲେ

ଗଛ ଛାଇରେ ଖୁସିିରେ ବସି

ନିଜ ନିଜର ଫୋଟ ଉଠାଇବା ।

ସେ ସମୟରେ ନିଜର ଗର୍ବ ଅହଁକାର

ଛାଇକୁ ପୂର୍ଣ୍ଣମାତ୍ରାରେ

ସ୍ପର୍ଶ କରି ସାରିଥିବ

ଝଙ୍କାଳିଆ ଗଛର ଛାଇର

ମଜାରେ ଆମେ ଉପଭୋଗ କରିବା ।


Rate this content
Log in

Similar oriya poem from Abstract